ହବିଷ୍ୟାଳି ମାନଙ୍କ ପାଇଁ ହରି ସହଦେଵ ମନ୍ଦିର ଚତୁଃପାର୍ଶ୍ଵ ସଫାକରିଲେ ଆଞ୍ଚଳିକ ସେବାସଙ୍ଘ ସଦସ୍ୟ

IMG-20251007-WA0003
Share

ପବିତ୍ର କାର୍ତିକ ମାସରେ ବୁଢୀମା ମାନେ ବିଭିନ୍ନ ମନ୍ଦିର ରେ ପୂଜାର୍ଚନା କରୁଥିବା ବେଳେ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ର ତିନିକୁଦି ଠାରେ ଥିବା ହରି ସହଦେଵ ମନ୍ଦିରରେ ତିନିକୁଦି, କଡ଼ାଜିତ, ଆରଡା ଇତ୍ୟାଦି ଗ୍ରାମର ବୃଦ୍ଧ ବୃଦ୍ଧା ମାନେ ହବିଷ ବ୍ରତ ପାଳନ କରୁଛନ୍ତି l ମନ୍ଦିର ପରିସର ଅଳିଆ ଆବର୍ଜନା ହୋଇଥିବାରୁ ଆଞ୍ଚଳିକ ସେବାସଙ୍ଘ ର ସଭାପତି ବିଜୟ କୁମାର ଜେନା ଙ୍କ ନେତୃତ୍ୱ ରେ ସେବାସଙ୍ଘର ସମସ୍ତ ସଦସ୍ୟ ବାବା ହରି ସହଦେଵ ମନ୍ଦିର ପରିବେଶ କୁ ସଫାକରି ଉନ୍ନତ ପରିବେଶ ସୃଷ୍ଟି କରି ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ