April 28, 2026

ଭଞ୍ଜନଗର ବ୍ଳକ ଶିକ୍ଷା ବିଭାଗ କୁ ପ୍ରକୃତି ମିତ୍ର ଓ ସିଆରସିସି ଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ 

IMG-20241007-WA0041
Share

 

ଭଞ୍ଜନଗର ବେଲଗୁଣ୍ଠା, ୭ ଅକ୍ଟୋବର: ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ଏବଂ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୭୦ ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନର ୬ଷ୍ଠ ଦିବସରେ ଏହି ବହୁ ଆଡମ୍ବରପୂର୍ଣ୍ଣ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ଡିଭିଜନ ଡି ଏଫ୍ ଓ ଶ୍ରୀ ଶନି ଖଚର୍ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଆଂଚଳିକ ମୂଖ୍ୟ ବନ ସଂରକ୍ଷକ ଡଃ ସଞ୍ଜୟ କୁମାର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ମଞ୍ଚାସିନ ରହିଥିଲେ। ଅନ୍ୟାନ୍ୟ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ରହିଥିଲେ ଭଂଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି, ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ, ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷଣ କାର୍ଯ୍ୟାଳୟର ଡି ସି ଏଫ୍ ଶ୍ରୀ ଦିଲ୍ଲୀପ କୁମାର ବାରିକ, ଗଞ୍ଜାମ ଜିଲ୍ଲା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶ୍ରୀ ରବିନ୍ଦ୍ର ନାଥ ସାହୁ ଓ ଇକୋ କ୍ଲବ୍ ମାଷ୍ଟର ଟ୍ରେନର୍ ତଥା ଖଣ୍ଡ ଦେଉଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶଙ୍କର ନାରାୟଣ ବେଜ୍।

ପ୍ରତିବର୍ଷ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା, ପ୍ରକୃତି ସଂରକ୍ଷଣ, ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି, ବନୀକରଣ, ପରିବେଶ ସନ୍ତୁଳନତା ରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବ୍ୟାପକ ବୃକ୍ଷ ଚାରା ରୋପଣ, ପରିବେଶ ସଚେତନତା କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ଓ ପଲିଥିନ୍ ବର୍ଜନ ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନଜାଗରଣ ସୃଷ୍ଟି ତଥା ବନ୍ୟପ୍ରାଣୀ ସୁରକ୍ଷାପାଇଁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କୁ ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଓ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ଦିଆଯାଇଥାଏ।

ସେହି କ୍ରମରେ ଆଜି ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ଜଙ୍ଗଲ ସୃଷ୍ଟି ଓ ଜନଜାଗରଣ ସୃଷ୍ଟି ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୮ଟି ଅନୁଷ୍ଠାନ କୁ ବ୍ଲକ ସ୍ତରୀୟ ପ୍ରକୃତି ମିତ୍ର, ୧୭ ଜଣଙ୍କୁ ବ୍ଳକ୍ ସ୍ତରୀୟ ପ୍ରକୃତି ବନ୍ଧୁ ଓ ୩ ଜଣଙ୍କୁ ସବ୍ ଡିଭିଜନ ସ୍ତରରେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ଦିଆଯାଇଥିଲା।

ଏହି ଭବ୍ୟ ସମାରୋହ ରେ ଭଞ୍ଜନଗର ବ୍ଳକର ବିଭିନ୍ନ ବିଦ୍ୟାଳୟରେ ବନମହୋତ୍ସବ ପାଳନ, ସବୁଜ ପରିବେଶ ସୃଷ୍ଟି, ପ୍ରକୃତି ସଂରକ୍ଷଣ, ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଆଗ୍ରହ ଓ ସଚେତନତା ସୃଷ୍ଟି କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ପରିବେଶ ସଚେତନତା ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜନ ଇତ୍ୟାଦି ସଂସ୍କାର ମୂଳକ କାର୍ଯ୍ୟକ୍ରମ ପାଇଁ ଭଞ୍ଜନଗର ବ୍ଳକ ପାଇଁ ପ୍ରକୃତି ମିତ୍ର ପୁରସ୍କାର ରେ ଭଞ୍ଜନଗର ବ୍ଳକର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ସମ୍ମାନୀତ ହୋଇଥିଲେ ଏବଂ ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ଭଂଜନଗର ବ୍ଳକ ପ୍ରକୃତି ବନ୍ଧୁ ପୁରସ୍କାରରେ

ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶ୍ରୀ ଶୁଳପାଣି ଶତପଥୀ, ବହୁ ଶିକ୍ଷକ, ବୁଦ୍ଧିଜୀବୀ, ସ୍ଵେଛାସେବୀ, ମିଡ଼ିଆ ବନ୍ଧୁ ଅଂଶଗ୍ରହଣ କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମ କୁ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ଡ଼ଃ ଶଙ୍କର ନାରାୟଣ ବେଜ୍ ସଂଯୋଜନା କରିଥିଲେ। ପରିଶେଷରେ ବ୍ରହ୍ମପୁର ଡିସିଏଫ ଦିଲିପ୍ କୁମାର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ