September 26, 2026

ନିର୍ଭୟ ପକ୍ଷରୁ ଗୁରୁଦିବସ ରେ ବିଭିନ୍ନ ବର୍ଗର ଗୁରୁମାନଙ୍କୁ ସମ୍ମାନିତ କରାଯାଇଛି l

IMG-20240907-WA0006
Share

ପବିତ୍ର ଗୁରୁଦିବସ ରେ ନିର୍ଭୟ ଅନୁଷ୍ଠାନ ର ଅଧକ୍ଷ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ମହାପାତ୍ର, ପୁରୀଜିଲ୍ଲା, ଶିକ୍ଷାଧିକାରୀ, ଡି ଏସ ଓ, କ୍ରୀଡା ସମ୍ପାଦକ ରବିନାରାୟଣ ପ୍ରତିହାରୀ, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରୀ, ସାମ୍ବାଦିକ, କବି ଓ ସମାଜସେବୀ ବଦ୍ରି ମିଶ୍ର ପ୍ରମୁଖ ବିଶିଷ୍ଟ ଶିକ୍ଷାବିତମାନେ ମଞ୍ଚାସିନ ରହି ଶିକ୍ଷା ଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସମସ୍ତ ଗୁରୁମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ନବପ୍ରତିଭା ଓଡିଶୀ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed