April 25, 2026

ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ୪ଜଣ ଏବିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

IMG-20230807-WA0002
Share

ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ୪ଜଣ ଏବିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି:୬/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ କାର୍ଯ୍ୟରତଏବଂ ନିକଟରେ ଅବସର ଗ୍ରହଣ କରିସାରିଥିବା ଚାରି ଜଣ ଏବିଓ ଙ୍କୁ ପାରଳାଖେମୁଣ୍ଡି ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା ଏହି ଅବସରରେ ଏକସଭା ଅନୁଷ୍ଠିତ ହୋଇଥିଲା l ଅବସର ଗ୍ରହଣ କରିଥିବା ୪ଜଣ ଏବିଓ ହେଲେ କାଶୀନଗର ବ୍ଲକର ଶ୍ରୀଜମାନା କାରେୟା, ମିସ୍ ମୀନା କୁମାରୀ ବେହେରା, ରାୟଗଡ଼ ବ୍ଲକର ଶ୍ରୀପ୍ରେମାନନ୍ଦ ପଢ଼ିଆରି, ଗୋଷାଣୀ ବ୍ଲକର ଶ୍ରୀ ଜି. କ୍ରିଷ୍ଣା ରାଓ, ପ୍ରମୁଖଙ୍କୁ ଅତି ଆଡମ୍ବର ସହକାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ଏହି ସମ୍ବର୍ଦ୍ଧନା ସଭାରେ କାଶୀନଗର ବିଇଓ ଶ୍ରୀ ଆଦିକନ୍ଦ ଗମାଙ୍ଗ ସଭାପତିତ୍ବ କରିଥିଲେ ଏବଂ ଗୋଷାଣୀ ବିଇଓ ଶ୍ରୀ ଟି.କିଶୋର କୁମାର, ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ । ଓଡ଼ିଶା ଏଲିମେଟ୍ରି ଶିକ୍ଷା ଅଧିକାରୀ ଗଜପତି ଜିଲ୍ଲା ତରଫରୁ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗଜପତି ଜିଲ୍ଲାର ସମସ୍ତ ଏବିଓ ଉପସ୍ଥିତ ହୋଇଥିଲେ । ସହକାରୀ ଶିକ୍ଷକ ରୁ ବିଇଓ ଯାଏଁ ପଦନ୍ନତି ହେଇଥିଲେ ବି କୌଣସି ଆର୍ଥିକ ସୁବିଧା ସୁବିଧା ନ ଥିବା ଯୋଗୁ ବହୁ ସଂଖ୍ୟାରେ ପଦନ୍ନତି କୁ ଅସ୍ବୀକାର କରୁଥିବା ବିଷୟକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା । ଶେଷରେ ସଭାପତି ମୁଖ୍ୟ ଅତିଥି ସମେତ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l