June 8, 2026

ବେଲଗୁଣ୍ଠା ବ୍ଳକ ପାଇଁ “ପ୍ରକୃତି ମିତ୍ର ପୁରସ୍କାର” ପାଇଲା ନେଟଙ୍ଗା ସବୁଜ ବାହିନି …

IMG-20260607-WA0001
Share

 

 

ବେଲଗୁଣ୍ଠା(ପଞ୍ଚାନନ ସାହୁ)ପ୍ରତି ବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ଭାବେ ପାଳନ କରାଯାଏ। ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା,ବୃକ୍ଷ ଚାରା ରୋପଣ,ବନ୍ୟଜନ୍ତୁ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା,ପଶୁପକ୍ଷୀ ସୁରକ୍ଷା ଓ ସେମାନଙ୍କ ବଂଶବୃଦ୍ଧି,ଜଳବାୟୁ ପ୍ରଦୂଷଣ ନିୟନ୍ତ୍ରଣ,ଜଳ ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦ ତଥା ଶକ୍ତି ଉତ୍ସ ଗୁଡିକର ସୁରକ୍ଷା ଏବଂ ଅସରନ୍ତି ତଥା ନବୀକରଣ ଯୋଗ୍ୟ ପ୍ରାକୃତିକ ଉତ୍ସ ଗୁଡିକର ସୁବିନିଯୋଗ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ବିଶ୍ବ ପରିବେଶ ଦିବସ ପାଳନ କରାଯାଏ।ଭାରତର ପ୍ରତ୍ୟେକ ରାଜ୍ୟରେ,ପ୍ରତ୍ୟେକ ଜିଲ୍ଲାରେ,ସବଡିଭିଜନ ଓ ବ୍ଲକ ମାନଙ୍କରେ ସରକାରୀ ଓ ବେସରକାରୀ ସ୍ତରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିବସ ପାଳନ କରାଯାଇଅଛି।ସେହି କ୍ରମରେ ୨୦୨୬ ମସିହା ଜୁନ ମାସ ୭ ତାରିଖ ଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ଠାରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା।ବ୍ରହ୍ମପୁର ଡିଏଫ୍ଓ ଶ୍ରୀ ସନ୍ନି ଖୋଖର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ସାବତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଓ ବ୍ୟାପକ ବୃକ୍ଷ ଚାରା ରୋପଣ ଉପରେ ମତ ପ୍ରଦାନ କରିଥିଲେ ଓ ସମସ୍ତଙ୍କୁ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିବେଦନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ଭଞ୍ଜନଗର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି ଏବଂ ଛତ୍ରପୁର ୮ମ ବାଟାଲିୟନ କମାନଣ୍ଡେଣ୍ଟ୍ ଶ୍ରୀ ସାରଦା ପ୍ରସାଦ ଦାସ,ଏସିଏଫ୍ ମାଣିକେଶ୍ଵରୀ ହାଁସଦ ଓ ଏସିଏଫ୍ ମନୋଜ କୁମାର ପାତ୍ର।ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଓ ପଦସ୍ଥ ଅଧିକାରୀ ବ୍ୟାପକ ବୃକ୍ଷ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି, ପରିବେଶ ପ୍ରେମୀ, ପରିବେଶ ଯୋଦ୍ଧା,ପ୍ରକୃତି ବନ୍ଧୁ ଓ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ସହିତ କାର୍ଯ୍ୟକ୍ରମ ର ସମସ୍ତ ପର୍ଯ୍ୟାୟକୁ ସଂଯୋଜନା କରିଥିଲେ ଗଞ୍ଜାମ ଜିଲ୍ଲା ଇକୋ କ୍ଳବ୍ କୋ ଅଡିନେଟର୍ ଡଃ.ଶଙ୍କର ନାରାୟଣ ବେଜ। ପରିଶେଷରେ ବ୍ରହ୍ମପୁର ଏ ସି ଏଫ୍ ସସ୍ମିତା କୁମାରୀ ବିଶ୍ଵାଳ ଧନ୍ୟବାଦ ପ୍ରଦାନ କରିଥିଲେ।ଏହି ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ପରିବେଶ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକଳାପ ପାଇଁ ଗଞ୍ଜାମ ଜିଲ୍ଲାର ୨୧ ଜଣଙ୍କୁ ପ୍ରକୃତି ବନ୍ଧୁ ଓ ୨୧ ଜଣଙ୍କୁ ପ୍ରକୃତି ମିତ୍ର ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ପ୍ରକୃତି ବନ୍ଧୁ ପୁରସ୍କାରରେ ମାନପତ୍ର ସହିତ ୧୦ ହଜାର ଅର୍ଥରାଶିର ଚେକ୍ ଏବଂ ପ୍ରକୃତି ମିତ୍ର ପୁରସ୍କାର ପାଇଁ ମାନପତ୍ର ସହିତ ୨୦ ହଜାର ଅର୍ଥରାଶିର ଚେକ୍ ପ୍ରଦାନ କରାଯାଇଥିଲା।ବିଜ୍ଞାନ ଶିକ୍ଷକ, ପ୍ରକୃତି ବନ୍ଧୁ ତଥା ସାମାଜିକ କର୍ମୀ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ଙ୍କ ଉଦ୍ୟମ ରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହୀନି କୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ଆଜକୁ ୨ ବର୍ଷ ହେଲା ନେଟଙ୍ଗା ସବୁଜ ବାହୀନି ବ୍ୟାପକ ବୃକ୍ଷ ଚାରା ରୋପଣ ସହିତ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କାର୍ଯ୍ୟ କରିଆସୁଛନ୍ତି। ପ୍ରତ୍ୟେକ ଜାତୀୟ ଦିବସ,ଜାତୀୟ ଉତ୍ସବ,ବିଭିନ୍ନ ପର୍ବପର୍ବାଣି,ମାଙ୍ଗଳିକ କାର୍ଯ୍ୟରେ ନେଟଙ୍ଗା ସବୁଜ ବାହୀନି ସ୍ଵଚ୍ଛ ପରିବେଶ କାର୍ଯ୍ୟକ୍ରମ ସହିତ ବୃକ୍ଷ ଚାରା ରୋପଣ କରିଥାଏ। ପୂର୍ବରୁ ନେଟଙ୍ଗା ଗ୍ରାମ ର ଯୁବ ସଂଗଠନ ରାସ୍ତାକଡ଼, ମନ୍ଦିର ପ୍ରାଙ୍ଗଣ, ନଦୀ ହୁଡା ଓ ଅନାବାଦୀ ସ୍ଥାନରେ ବୃକ୍ଷ ଚାରା ରୋପଣ କରିଆସୁଛନ୍ତି। ଏଥିପାଇଁ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସମର୍ପଣ ର ସହିତ ଉତ୍ସର୍ଗୀକୃତ ସେବା ଯୋଗାଇ ଦେଇଥାନ୍ତି। ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ନେଟଙ୍ଗା ସବୁଜ ବାହୀନି ତରଫରୁ ସଭାପତି ସୁଧିର କୁମାର ନାୟକ,ଉପଦେଷ୍ଟା ରଞ୍ଜିତ କୁମାର ପାତ୍ର,ଉପଦେଷ୍ଟା ତଥା ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ଲେଙ୍କା,ସଦସ୍ୟ କାର୍ତ୍ତିକ ନାୟକ, ଶୁଭମ୍ ଜେନା ଓ କୈଳାସ ଜେନା ଉପସ୍ଥିତ ରହି ମାନପତ୍ର ସହିତ ନଗଦ ୨୦ ହଜାର ଟଙ୍କା ର ଚେକ୍ ଗ୍ରହଣ କରିଥିଲେ।ପ୍ରକାଶ ଥାଉକି ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କା ପୂର୍ବରୁ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ ହୋଇଥିବା ବେଳେ ତାଙ୍କର ଆଦର୍ଶ,ଉଦ୍ୟମ ଓ ପ୍ରେରଣା ରେ ୩ ଟି ଅନୁଷ୍ଠାନ ପ୍ରକୃତି ମିତ୍ର ପୁରସ୍କାର ପାଇବା ସହ କଛି ବ୍ୟକ୍ତି ପ୍ରକୃତି ସଂରକ୍ଷଣ କାର୍ଯ୍ୟ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି।ତାଙ୍କର ଉଦ୍ୟମ ରେ ଆସିକା ବ୍ଳକ ସିଦ୍ଧନଈ ପଞ୍ଚାୟତର ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ବୃକ୍ଷ ଚାରା ରୋପଣ ପାଇଁ ପ୍ରକୃତି ବନ୍ଧୁ,ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ଓ ବେଷ୍ଟ ଇନଷ୍ଟିଚ୍ୟୁନାଲ ଆଓ୍ଵାର୍ଡ ପାଇଥିଲା।ଏହା ବ୍ୟତୀତ ଏହି ଶିକ୍ଷକ ବନ୍ଧୁ ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ବ୍ୟାପକ ବୃକ୍ଷ ଚାରା ରୋପଣ ତଥା ସ୍ଵଛ ଭାରତ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ବିଭିନ୍ନ ସ୍ବେଛାସେବୀ ସଂସ୍ଥା, ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରାୟ ୧୫ ଥର ସମ୍ମାନୀତ ହୋଇ ସାରିଲେଣି।

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed