April 23, 2026

ଗଜପତି:- ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ ଅବସରରେ ଆଇ:ଏସ:ଆର:ଡି: ଓ ଜନସ୍ୱାସ୍ଥ୍ୟ ଅଭିଯାନ ଭାରତ ପକ୍ଷରୁ ରେଳ ଷ୍ଟେସନ ଠାରେ ଦସ୍ତଖତ ଅଭିଯାନ

IMG-20260407-WA0095
Share

 

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ “ସୁସ୍ଥ କାର୍ଯ୍ୟସ୍ଥଳ ଓ ପରିବେଶ ପାଇଁ–ମନୋଭାବ ଓ କାର୍ଯ୍ୟଶୈଳୀ’ର ପରିବର୍ତ୍ତନ ଆରମ୍ଭ” ବାଣୀକୁ ଆଧାର କରି ଆଇ:ଏସଆର:ଡି: ଓ ଜନ ସ୍ୱାସ୍ଥ୍ୟ ଅଭିଯାନ ଭାରତର ମିଳିତ ସହଯୋଗରେ ପାରଳାଖେମୁଣ୍ଡି ରେଳୱେ ଷ୍ଟେସନ୍ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକ ମାନଙ୍କ ମଧ୍ୟରେ କାର୍ଯ୍ୟସ୍ଥଳ ଓ ପରିବେଶୀୟ ସ୍ୱାସ୍ଥ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସୁସ୍ଥ ଜୀବନ ଅଭ୍ୟାସ ଅନୁସରଣ କରିବାକୁ ପ୍ରେରିତ କରିବା। ରେଳୱେ ଷ୍ଟେସନ୍ ଭଳି ଜନସମାଗମ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଯୋଗୁଁ ଅନେକ ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ଏଥିରେ ସକ୍ରିୟ ଭାଗ ନେଇଥିଲେ।

ଦସ୍ତଖତ ଅଭିଯାନ ମାଧ୍ୟମରେ ଲୋକ ମାନେ ନିଜର ଦସ୍ତଖତ ଦେଇ ସୁସ୍ଥ ପରିବେଶ , ସୁରକ୍ଷିତ କାର୍ଯ୍ୟସ୍ଥଳ ଓ ସଚେତନ ଜୀବନ ଶୈଳୀ ପାଇଁ ସମର୍ଥନ ଜଣାଇଥିଲେ। ଏହା ସହିତ ସେମାନଙ୍କୁ ଦୈନିକ ଜୀବନରେ ସ୍ୱାସ୍ଥ୍ୟକର ଅଭ୍ୟାସ ଅନୁସରଣ କରିବା ଓ ପରିବେଶକୁ ସୁରକ୍ଷା କରିବା ପ୍ରତି ସଚେତନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କ ମନରେ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇଥିଲା ଏବଂ ସମୁଦାୟ ମାନଙ୍କ ମଧ୍ୟରେ ସକାରାତ୍ମକ ସନ୍ଦେଶ ପ୍ରସାର ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ସଫଳ ଭାବରେ ସମାପ୍ତ ହୋଇଥିଲା ଏବଂ ସାମୁହିକ ସଚେତନତା ସୃଷ୍ଟିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ପରିଣତ ହୋଇଥିଲା।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————

You may have missed