ପୁରୀରେ ସାହିଯାତ କୁ ମୁଦୁଲି ଜାଗା ପକ୍ଷରୁ ବିପୁଳ ସମ୍ବୋର୍ଦ୍ଧନା
ପୁରୀର ସାହିଯାତ ଓଡିଶା ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l ଆଜି ରାବଣ ବଧ ନୀତି ନିମନ୍ତେ ହରଚଣ୍ଡୀ ସାହି ରୁ ରାବଣ ତାର ସୈନ୍ୟ ସାମନ୍ତ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମନ୍ଦିରରେ ପ୍ରବେଶ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଲ୍ଲଭ ରେ ରାବଣ କୁ ବଧ କରିଥିଲେ l ରାବଣ ବଧ ନୀତି ନିମନ୍ତେ ଗାଣ୍ଡୁଆ ଚଉରା ଛକରେ ମୁଦୁଲି ଜାଗା ପକ୍ଷରୁ ସମସ୍ତ ସାହିର ମେଢ଼ ରେ ଆସୁଥିବା ସଦସ୍ୟ ଏବଂ ପର୍ଯ୍ୟଟକ ମାନଙ୍କ ପାଇଁ ମାଗଣା ଖାଦ୍ୟ ବଣ୍ଟନ କରାଯାଇଥିଲା l ଏହାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପୁରୀ ସଦର ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ଯୁବ ନେତା ଅନିଲ କୁମାର ସାହୁଙ୍କ ସହିତ ମୁଦୁଲି ଜାଗାର ସମସ୍ତ ସଦସ୍ୟମାନେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
