cannabis sativa raid ଗଜପତି ଜିଲ୍ଲାରୁ ୨.୮ ଟନ୍ ଗଞ୍ଜେଇ ଜବତ
ଅଡବା ଓ଼ ଆର ଉଦୟଗିରି ଥାନା ଅଞ୍ଚଳରେ ଗତ ୧୮ ନଭେମ୍ବର.୨୦୨୫ ରିଖଠାରୁ ୬ ଅପ୍ରିଲ୍ ୨୦୨୬ ରିଖ ମଧ୍ୟରେ ପୁଲିସ ନିଶା କାରବାର ବିରୋଧରେ ବ୍ୟାପକ ସଫଳତା ହାସଲ କରିଛି। ଅଡ଼ବା ଥାନା ଅଞ୍ଚଳରେ ୧୧ଟି ମାମଲା ରୁଜୁ କରାଯାଇ ମୋଟ ୯,୬୭୬ କେଜି ଗଞ୍ଜେଇ ଓ ଆର୍. ଉଦୟଗିରି ଥାନା ଅଞ୍ଚଳରେ ୪ଟି ମାମଲାରେ ୨,୮୨୫ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି
ବେଆଇନ ଗଞ୍ଜେଇ ଚାଷ ଓ କାରବାର ବିରୋଧରେ ଗଜପତିଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ମୋହନା ବ୍ଲକ୍ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମରେ ହୋଇଥିବା ପୁଲିସ ଚଢ଼ାଉରେ ପ୍ରାୟ ୨,୮୧୧ କେଜି (୨.୮ ଟନ୍) ଗଞ୍ଜେଇ ଜବତ କରିଛି। ତେବେ ଚଢ଼ାଉ ବେଳେ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି।
Arrest: ନିଶା ମୁକ୍ତ ଭାରତ ଅଭିଯାନ: ୨୮୩୭ ଗଞ୍ଜେଇ ଗଛ ନଷ୍ଟ, ୧୦ ଗିରଫ
ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ସୋମବାର, ଭୋର ସମୟରେ ଆର୍ ଉଦୟଗିରି ଏସ୍ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଏହି ସର୍ଚ୍ଚ ଅପରେସନ ଚଲାଇଥିଲେ। ଏହି ସର୍ଚ୍ଚ ଅପରେସନ ସମୟରେ ଲୁଚାଇ ରଖାଯାଇଥିବା ମୋଟ ୧୧୩ଟି ପ୍ଲାଷ୍ଟିକ୍ ବ୍ୟାଗ ଜବତ କରାଯାଇଥିଲା। ତେବେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ଏନେଇ ଅଡ଼ବା ଥାନାରେ ନଂ ୭୦/୬-୪-୨୦୨୬ରେ ଏକ ମାମଲା ପଞ୍ଜୀକୃତ କରାଯାଇ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(ଗ)ଅନୁସାରେ ମାମଲା ରୁଜୁ ହୋଇଛି।
ରଙ୍ଗ ବାଲ୍ଟିରୁ ମିଳିଲା ୪୨ ଲକ୍ଷ ଟଙ୍କାର ଗଞ୍ଜେଇ: ଷ୍ଟେସନ୍ରେ ଅଢ଼େଇ ଘଣ୍ଟା ଭୟର ବାତାବରଣ
ସୂଚନାଯୋଗ୍ୟ ଯେ, ଅଡବା ଓ଼ ଆର ଉଦୟଗିରି ଥାନା ଅଞ୍ଚଳରେ ଗତ ୧୮ ନଭେମ୍ବର.୨୦୨୫ ରିଖଠାରୁ ୬ ଅପ୍ରିଲ୍ ୨୦୨୬ ରିଖ ମଧ୍ୟରେ ପୁଲିସ ନିଶା କାରବାର ବିରୋଧରେ ବ୍ୟାପକ ସଫଳତା ହାସଲ କରିଛି। ଏହି ସମୟ ମଧ୍ୟରେ ଅଡ଼ବା ଥାନା ଅଞ୍ଚଳରେ ୧୧ଟି ମାମଲା ରୁଜୁ କରାଯାଇ ମୋଟ ୯,୬୭୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆର୍. ଉଦୟଗିରି ଥାନା ଅଞ୍ଚଳରେ ୪ଟି ମାମଲାରେ ୨,୮୨୫ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ସର୍ବମୋଟ ୧୫ଟି ମାମଲାରେ ଜିଲ୍ଲା ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ୧୨,୫୦୧ କେଜିରୁ ଅଧିକ (ପ୍ରାୟ ୧୨.୫୦୧ ଟନ୍) ବେଆଇନ ଗଞ୍ଜେଇ ଜବତ କରାଯାଇଛି। ବିଶେଷକରି କେଶରୀଗୁଡ଼ା ଅଞ୍ଚଳରୁ ୪,୦୪୦ କେଜି, ବୁରିପଦର ଅଞ୍ଚଳରୁ ୧୮୩୦ କେଜି ଏବଂ କାରିଗେଜୁ ଜଙ୍ଗଲରୁ ୨,୮୧୧ କେଜି ଭଳି ବିପୁଳ ପରିମାଣର ଗଞ୍ଜେଇ ଉଦ୍ଧାର କରାଯାଇ ନିଶା ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚାଷ ଓ ଅବୈଧ କାରବାର ବିରୋଧରେ ରାଜ୍ୟ ପୁଲିସ ତରଫରୁ ଏକ ସଂଘବଦ୍ଧ ଅଭିଯାନ ଚାଲିଛି। ରାଜ୍ୟରୁ ଏହି ଅବୈଧ କାରବାରକୁ ମୂଳପୋଛ କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶାନୁସାରେ ତୃଣମୂଳ ସ୍ତରରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି।
