ନେହେରୁବଙ୍ଗଳା ମାଛଧରା ବନ୍ଦର ରେ ଅଘଟଣ
ନେହେରୁବଙ୍ଗଳା ମାଛଧରା ବନ୍ଦର ରେ ଅଘଟଣ। ହୁତୁ ହୁତୁ ହୋଇ ଜଳିଗଲା ଏକ ମାଛଧରା ବୋଟ୍। ବୋଟ୍ ରେ ଥିବା ବ୍ୟାଟେରୀ ସର୍ଟ ସର୍କିଟ ହୋଇ ବୋଟ୍ ରେ ଲାଗିଲା ନିଆଁ ଲାଗିଥିବା ଜଣାପଡିଛି। ଦେବୀ ଲକ୍ଷ୍ମୀ- ୧ ନାମକ ବୋଟ୍ ରେ ଲାଗିଛି ଏହି ନିଆଁ। ବୋଟ୍ ରେ ଥିବା ତିନିଜଣ କର୍ମଚାରୀ ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପାରାଦ୍ଵୀପ ବନ୍ଦର ସିଆଇଏସଏଫ ଅଗ୍ନିଶମ ଗାଡ଼ି, ଇଫକୋ କାରଖାନା ର ଅଗ୍ନିଶମ ଗାଡ଼ି ଓ କୁଜଙ୍ଗ ଅଗ୍ନିଶମ ବିଭାଗ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି। ତେବେ ଲଘୁଚାପ ଯୋଗୁଁ ବୋଟ୍ ଟି ମାଛ ଧରିବା ପାଇଁ ସମୁଦ୍ର କୁ ଯାଇନଥିବା ବେଳେ ବୋଟ୍ ରେ ଦୁଇଜଣ ଷ୍ଟାଫ ରହିଥିଲେ। ତେବେ ବୋଟ ରେ ଥିବା ବ୍ୟାଟେରୀ ତାର ହଠାତ୍ ଜଳି ଯିବା ସହିତ ବୋଟ୍ ରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ସଙ୍ଗେ ସଙ୍ଗେ ତିନି ଜଣ କର୍ମଚାରୀ ଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଖବର ପାଇ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଆଇନ୍ ଅନୁଯାୟୀ ଯାହା ସହାୟତା ରାଶି ମିଳିବା କଥା ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ସେହିପରି ବୋଟ୍ ଗୁଡ଼ିକ ରେ ବହୁ ପରିମାଣ ରେ ଡିଜେଲ ମହଜୁଦ୍ ରହୁଥିବାରୁ ଯେକୌଣସି ଅଘଟଣରେ ନିଆଁ ଭୟଙ୍କର ରୁପ ଧାରଣ କରୁଛି। ତେଣୁ ନେହେରୁବଙ୍ଗଳା କିମ୍ବା ମାଛଧରା ବନ୍ଦର ମଧ୍ୟରେ ଏକ ଅଗ୍ନିଶମ କାର୍ଯ୍ୟାଳୟ ଖୋଲିବା ପାଇଁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ଦାବି କରିଛି। ପୂର୍ବରୁ ୧୨ ଟି ବୋଟ୍ ଜଳିଯାଇଥିଲେ ମଧ୍ୟ କୌଣସି କ୍ଷତିପୂରଣ ମିଳିନାହିଁ ବୋଲି ଅଭିଯୋଗ କରିଛି ସଂଘ।
( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
