May 19, 2024

ମୋହନା ରେ ଦଣ୍ଡ ଯାତ୍ରା ଅନୁଷ୍ଠିତ …

Share


ମୋହନାରେ ଗତ କିଛି ଦିନ ଧରି ମାଁ କାଳୀ ଙ୍କ ଦଣ୍ଡ ଯାତ୍ରା ଆଡମ୍ବର ସହ ଅନୁଷ୍ଠିତ ହେଉଛି। ଏହାକୁ ଉପଭୋଗ ସହ ପୂଜାର୍ଚ୍ଚନା କରିବା ନିମନ୍ତେ ପୁରୁଷ ଓ ମହିଳା ଙ୍କ ଭିଡ ଦେଖିବାକୁ ମିଳୁଛି। ଦିନ ବେଳେ ଦଣ୍ଡୁଆଙ୍କ ଦଣ୍ଡ ଯାତ୍ରା ଦେଖିବା ସହ ସନ୍ଧ୍ୟା ସମୟରେ ମାଁ କାଳୀ ଙ୍କ ଠାରେ ଆଳତି ଦର୍ଶନ ନିମନ୍ତେ ମଧ୍ୟ ଭିଡ ଦେଖିବାକୁ ମିଳୁଛି। ଦଣ୍ଡୁଆ ମାନେ ପୂଜା କରି ପ୍ରତ୍ୟେକ ସାହି ବୁଲିବା ସମୟରେ ପ୍ରତି ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ସହ ଦ୍ଵିପ ଧୂପ ଦେଇ ମାଁ କାଳୀ ଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି। ମୋହନା ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ମାଁ କାଳୀ ଙ୍କୁ ଆବାହନ କରିବା ସଙ୍ଗେ ଗ୍ରାମବାସୀ ଯୁବକ ମାନେ ଏହି ଯାତ୍ରା କୁ ପରିଚାଳନା କରିଥିଲେ।