June 29, 2026

ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରଣୀ ଗ୍ରାମ ରେ ଜଳ ଅର୍ପଣ କାର୍ଯ୍ୟକ୍ରମ ଉଦଘାଟିତ                       

IMG-20260207-WA0057
Share

ପାରଳାଖେମୁଣ୍ଡି:୭/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରଣୀ ଗ୍ରାମ ଠାରେ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଦ୍ବାରା ଆୟୋଜିତ ଜଳ ଅର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇଥିଲେ l ପ୍ରଥମେ ଗ୍ରାମ ଠାରେ ନିର୍ମିତ ହୋଇଥିବା ପାଣି ଟ୍ୟାଙ୍କ ର ଶୁଭ ଉଦଘାଟନ କରାଯାଇଥିଲା l ଏହି ପାଣି ଟ୍ୟାଙ୍କ ଟି ୪୦ ହଜାର ଲିଟର ଜଳ ସଂଚିତ୍ ହୋଇ ରହିପାରିବ, ଏହି ଟ୍ୟାଙ୍କ ୩୬ ଲକ୍ଷ ୧୫ ହଜାର ଟଙ୍କା ରେ ନିର୍ମିତ ହେଇଥିବାର ସୂଚନା ଦେଇଛନ୍ତି, ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ ବିରରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ.ବାଲାରାଜୁ, ବରିଷ୍ଟ ବିଜେଡି ନେତା ଗଜପତି ରାଓ ସ୍ଥାନୀୟ ସରପଞ୍ଚ ସମିତି ସହ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଅଧିକାରୀ ମାନେ ଯୋଗଦେଇଥିଲେ

You may have missed