ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କରିଲେ ସାତୋଟି କାର୍ଯ୍ୟକ୍ରମ ର ଶୁଭଉଦ୍ଘାଟନ

ଆଜି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ପୁରୀ ସଦର ତଳଜଙ୍ଘ ଗ୍ରାମପଞ୍ଚାୟତ ରେ ପହଁଞ୍ଚି ମଳିକ / ଭୋଇସାହି ମଶାଣି ମହାବୀର ପୂର୍ଣ୍ଣଉଧାର ନିମନ୍ତେ ଫଳକ ଉଦ୍ଘାଘାଟନ, ହାଇସ୍କୁଲ ଏବଂ ମାଇନର ସ୍କୁଲ ତଳଜଙ୍ଘର ନଈକୂଳ ସାହି ପିଲାମାନଙ୍କ ପାଇଁ ଗରମ ଏବଂ ଥଣ୍ଡାପାଣି ପିଇବା ପାଇଁ ଆକ୍ୟୁଆଗାର୍ଡ ର ଶୁଭ ଉଦଘାଟନ,ନଈକୂଳ ସାହି କ୍ଳବ ଘରର ଭିତ୍ତିପ୍ରସ୍ତର ସ୍ଥାପନ, ଗାଡିସାହି ଗାଦିବ୍ରହ୍ମ ରୋଷଇ ଘର ନିମନ୍ତେ ଶିଳାନ୍ୟାସ, ପାଇକଆଖଡ଼ା ବଞ୍ଚାଇବାକୁ ଯାଇ ପାଇକ ଆଖଡ଼ା ଗୃହର ଶିଳାନ୍ୟାସ, ଚୈତନ୍ୟ ମହାପ୍ରଭୁଙ୍କ ଆଶ୍ରୟସ୍ଥଳ ର ଶୁଭଉଦ୍ଘାଟନ ସହିତ ମାଜାଗୁଳାଇ କ୍ଳବ ର ଶୌଚାଳୟ ର ଭିତ୍ତି ପ୍ରସ୍ତର ସହିତ କାଠପୋଲ ଠାରୁ ତଳଜଙ୍ଘ ର ରାସ୍ତା ର ପୁନଃଉଧାର, ନଦୀବନ୍ଧ ର ସୁରକ୍ଷା ତୁଳସୀ ଚଉରା ଠାରୁ ତଳଜଙ୍ଘ ରାସ୍ତାର ଉନ୍ନତି କରଣ, ଅମ୍ପତରା ସାହିକୁ ଜଳଯୋଗାଣ ଏବଂ ନଈକୂଳ ସାହିର ଦୁଇଟି ନଳକୂପ ର ଶୁଭଉଦ୍ଘାଟନ କରିଥିଲେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ l ଆଶ୍ଚର୍ଯ୍ୟ ଲାଗେ ପୁରୀଜିଲ୍ଲାରେ ସାଂସଦ ସମ୍ବିତ ପାତ୍ର ବିଧାୟକ ସୁନୀଲ ମହାନ୍ତି ଥିବାବେଳେ ଏସବୁ କାର୍ଯ୍ୟକ୍ରମ ଗୁଡିକ ଉଦଘାଟନ କରି ନିଜର ଦବଦବା ଦେଖାଇଛନ୍ତି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
