April 30, 2026

ଉତ୍କଳ ଆଲୁମିନା କମ୍ପାନୀ ଜମିହରା ପ୍ରଭାବିତ ସଂଘ ପକ୍ଷରୁ ଆନ୍ଦୋଳନ

IMG-20260207-WA0012
Share

 

 

ରାୟଗଡା (ରବି ରାଜ ବୈଦ୍ୟ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଠାରେ ଗଢି ଉଠିଥିବା ଉତ୍କଳ ଆଲୁମିନା ପ୍ରକଳ୍ପ ଦ୍ଵାରା ପ୍ରଭାବିତ, ବିସ୍ଥାପିତ ଓ ଜମି ହରା ଲୋକଙ୍କ ଅନେକ ବର୍ଷରୁ ମୌଳିକ ଦାବୀ ର ପୂରଣକୁ ନେଇଁ ଏବଂ ପ୍ରକଳ୍ପ ଓ ଖଣି ପ୍ରଭାବିତ ପାରିପାର୍ଶ୍ଵ ଅଞ୍ଚଳର ପଞ୍ଚାୟତ ଯଥା କୁଚେଇପଦର, ହାଡ଼ିଗୁଡା,ଡ଼ଙ୍ଗାସିଲ, କୋଡିପାରୀ, ମାଇକଞ୍ଚ ଭଳି ପାଞ୍ଚ ଗୋଟି ପଞ୍ଚାୟତ ର ଲୋକେ ପ୍ରକଳ୍ପ ଦ୍ଵାରା ନିର୍ଗତ ବିଷାକ୍ତ ଜଳ, ଦୂଷିତ ବାୟୁ, ଖାଦ୍ୟ ପ୍ରଦୂଷଣ ହେତୁ ନାହିଁ ନଥିବା ସମସ୍ୟା ରେ ଗ୍ରସ୍ଥ ହେଲେଣି ତେଣୁ ଏହାର ତୁରନ୍ତ ସ୍ଥାୟୀ ସମାଧାନ କୁ ନେଇଁ ଦରାଗୁଡା ଉତ୍କଳ ଆଲୁମିନା ପ୍ରକଳ୍ପ RMP ରେଡମୋଡ଼ ପୋଣ୍ଡ ହାଡ଼ିଗୁଡା ଠାରେ ଶତାଧିକ ଲୋକେ ସ୍ଥାନୀୟ ନିଯୁକ୍ତି, ପାରିପାର୍ଶ ଉନ୍ନୟନ, ବିଷାକ୍ତ ବାୟୁ ପ୍ରଦୂଷଣ, ଆସ ପୋଣ୍ଡ ରୁ ଧନ ଜୀବନ ସୁରକ୍ଷା, ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଏହି ଭଳି ୨୭ ଗୋଟି ଦାବୀ ସମୂହ କୁ ନେଇଁ ସରକାର,ଜିଲ୍ଲା ପ୍ରଶାସନ ଏବଂ ଉତ୍କଳ ଆଲୁମିନା ପ୍ରକଳ୍ପ ଠାରେ ଉପସ୍ଥାପନା କରି ଗଣ ଧାରଣା ଓ ପ୍ରତିବାଦ ସଭା ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବସିଥିବେ ବୋଲି ଉତ୍କଳ ଆଲୁମିନା ଜମିହରା ଉପଦେଷ୍ଟା ଭଗବାନ ମାଝୀ, ସଭାପତି ନାଥ ଜାନି, ପୂର୍ବତନ ସରପଞ୍ଚ ଫକୀର ମାଝୀ, ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ରାୟଗଡା ଜିଲ୍ଲା ସମ୍ପାଦକ ଶ୍ରୀ ସଦନ ମାଝୀ ନିଜ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ ।

You may have missed