ajiro khabar
Share

 

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାର ସମୟ ୬ମାର୍ଚ୍ଚ ୩୧ ଯାଏଁ ବଢ଼ିଲା। ଆବେଦନ କରିବାର ୧୫ ଦିନ ଭିତରେ ଟଙ୍କା ମିଳିବ।

 

ସହରାଞ୍ଚଳରେ ରହୁଥିବା ଗରିବ ଓ ବାହାରୁ ଆସୁଥିବା ଶ୍ରମିକ ମାନଙ୍କୁ ଭଡ଼ାରେ ସରକାରୀ ଘର ଦେବେ ସରକାର।

 

ବ୍ଲାକ୍ ସ୍ୱାନ୍ ସମ୍ମିଳନୀରେ ସାମିଲ ହେଲେ ରାଷ୍ଟ୍ରପତି। ଡିଜିଟାଲ୍, ଆର୍ଥିକ ଏବଂ ବୀମା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କଲେ।

 

ଆଜି ମହାନଦୀ ବିବାଦର ଟ୍ରିବ୍ୟୁନାଲରେ ୫୦ତମ ଶୁଣାଣି ହେବ। ଓଡିଶାକୁ ନ୍ୟାୟ ମିଳିବା ସମ୍ଭାବନା କମ।

 

ଆଜି ସୁଦ୍ଧା ବାଟବଣା ସ୍କୁଲ ପିଲାଙ୍କୁ ପୋଷାକ ବଣ୍ଟନର ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଓସେପା।

 

ଯାଜପୁର ଜିଲ୍ଲା ଜଜ୍‌ କୋର୍ଟକୁ ବୋମା ଧମକ। କୋର୍ଟ ଖାଲି କରାଯାଇ ବମ ସ୍କ୍ବାଡ୍‌ ଓ ସନ୍ଧାନୀ କୁକୁର ଦ୍ବାରା ଛାନ୍‌ଭିନ।

 

ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ପୁଣି ଧମକ ଆସିଛି। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି।

 

ଜଗତସିଂହପୁର ଜିଲ୍ଲାର ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରିଲେ ଚାଷୀ।

 

ଭୁବନେଶ୍ୱରରେ ପୋଲିସ ସବ ଇନ୍ସପେକ୍ଟର ଚାକିରି ଆଶାୟୀ ଲୋୟର ପିଏମଜିରେ ଧାରଣା ଦେଇ ବସିଛନ୍ତି।

 

ଗଞ୍ଜାମ ଚିକିଟିରେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଶାଳୀନ ଦୁର୍ବ୍ୟବହାର ଅଭିଯୋଗ। ବିଷପିଇ ପିଇଓ ଗୁରୁତର।

 

ବରଗଡ଼ ହାଟପଦା ସାଇମନ୍ଦିର ପାଖରେ ଗୋଷ୍ଠୀ ସଂଘର୍ଷରେ ଦୁଇଜଣଙ୍କର ମୃତ୍ୟୁ। ମୃତକ ପ୍ରଦୀପ ଓ ସୁରଜ।

 

ପାରାଦୀପ ଦୋଛକି ନିକଟ ବିରାଟ ଅଳିଆ ଗଦାରେ ନିଆଁ, ଦୁଇ କିଲୋମିଟର ଦୂରରୁ ଦୃଶ୍ୟମାନ। ଧୂଆଁର ବଳୟରେ ପାରାଦ୍ୱୀପ

 

ରାୟଗଡା ଜିଲ୍ଲା ଜେକେପୁର କୁମୁଟିପେଣ୍ଠ ଗ୍ରାମର ବଜାରରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ, ୧୨ ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ।

 

ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ଯୁକ୍ତ ୩ ଛାତ୍ରଙ୍କୁ ବାଇକ୍‌ରେ ଲିଫ୍ଟ ମାଗି ଅପହରଣ ଉଦ୍ୟମ।

 

ପୁରୀ ଜିଲ୍ଲା ଗୋପରେ ଜମିବାଡ଼ି ମାମଲାରେ ବୋମାମାଡ଼, ଦମ୍ପତ୍ତି ଗୁରୁତର।

 

ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ପୁଣି ହୃଦ୍‌ଘାତ ଆତଙ୍କ, ଦିନକରେ ୩ ମୃତ। ନଭେମ୍ବରରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା।

 

୧୬ ଦଫା ଦାବି ନେଇ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ନାଲକୋ ପ୍ଲାଣ୍ଟ ବନ୍ଦ।

 

ମାର୍ଚ୍ଚ ଶେଷ ସୁଦ୍ଧା କନ୍ଧମାଳ ମାଓମୁକ୍ତ ହେବ, କହିଲେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି।

 

ଛତିଶଗଡ଼ରେ ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ, ଜଣେ ଯବାନ ସହିଦ ହୋଇଛନ୍ତି।

 

ମହାରାଷ୍ଟ୍ର ସୋଲାପୁରର ମୁଲତାନି ବେକରି ମାଲିକ ସୁନୀଲ ମୋତିଲାଲ ସଦାରଙ୍ଗାନୀ କୋଠାରୁ ଡେଇଁ ଆତ୍ମହତ୍ୟା କଲେ।

 

ତାମିଲନାଡ଼ୁରେ ବାର୍ଡ଼ଫ୍ଲୁ ଆତଙ୍କ। ମୃତ କାଉଙ୍କ ଠାରେ H5N1 ଭୂତାଣୁ ଠାବ

 

ଉତ୍ତରାଖଣ୍ଡରେ ୨୦୦ ମିଟର ଖାଇକୁ ଖସିଲା ବରଯାତ୍ରୀ ବସ୍। ୧୩ ମୃତ,୩୪ ଆହତ।

 

ପଞ୍ଜାବରେ ଆପ୍‌ ନେତା ଲକି ଓବରୟଙ୍କୁ ଗୁଳିକରି ହତ୍ୟା, ଜଳନ୍ଧରରେ ଗୁରୁଦ୍ବାରା ବାହାରେ ଗୁଳିକାଣ୍ଡ।

 

ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହେଲା।

 

୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା ହୋଇଛି।

 

ଆଜିଠାରୁ ପୁରୁଷ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଶମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଛି।

 

ପାକିସ୍ତାରେ ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ। ୨୫ ମୃତ, ୮୦ରୁ ଅଧିକ ଗୁରୁତର।

 

ତୁରନ୍ତ ଇରାନ ଛାଡ଼ିବାକୁ ନିଜ ନାଗରିକଙ୍କୁ କହିଲା ଆମେରିକା। ଯୁଦ୍ଧ ସମ୍ଭାବନା ଘନେଇଲା।

 

ଗତବର୍ଷ ଏଇ ସମୟରେ

 

ଚାରି ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଚାରି ଡିସିମିଲ ଜମି ସରକାର ଦେବେ କହିଥିଲେ

 

ପୁରୀ ସତ୍ୟବାଦୀ ବକୁଳ ବନର ପୁନରୁଦ୍ଧାର ହେବ, କହିଥିଲେ ସରକାର।

 

ଆଜି ଗ୍ରେନାଡ଼ା ଦେଶର ସ୍ୱାଧୀନତା ଦିବସ

 

ଆଜି ଜନ୍ମଦିନ: ଚାର୍ଲସ ଡିକେନସ, କେ ଶ୍ରୀକାନ୍ତ (ବ୍ୟାଡମିଣ୍ଟନ), ପ୍ରକାଶ କରାତ, ଶୀଲା କାଉଲ, ସୁଜିତ କୁମାର (ସିନେମା)

 

ଇତିହାସରେ ଆଜି: (୧୯୧୫) ଚଳନ୍ତି ଟ୍ରେନରୁ ପ୍ରଥମ ଥର ବେତାର ମେସେଜ ପଠାଗଲା/ (୧୯୮୩) କଲିକତାରେ ଇଷ୍ଟର୍ଣ୍ଣ ନିଉଜ ଏଜେନ୍ସି ଆରମ୍ଭ/ (୧୯୯୨) ଭାରତୀୟ ନୌସେନାରେ ପ୍ରଥମ ସ୍ବଦେଶୀ ଯୁଦ୍ଧ ଜାହାଜ ଶାଲକୀ ସାମିଲ/ (୨୦୦୦) ୱାଶିଂଟନ ରେ ଭାରତ ଓ ଆମେରିକାର ମିଳିତ ଆତଙ୍କ ବିରୋଧୀ ସଭା ଅନୁଷ୍ଠିତ/ (୧୯୭୬) ଋଷିଆରେ ବିଶ୍ୱର ସର୍ବବୃହତ ଟେଲିସ୍କୋପ ନିର୍ମିତ

====================

*ବନ୍ଦେ ଉତ୍କଳ ଜନନୀ*