June 24, 2026

ତିନିଦିନିଆ ମା ରାମଚଣ୍ଡୀ ମହୋତ୍ସବ ଉଦଘାଟିତ ..

IMG-20260207-WA0003
Share

ଛତ୍ରପୁର ତା ୬/୨/୨୬(ଅରୁଣ କୁମାର ପଣ୍ଡା )ତିନିଦିନିଆ ରାମଚଣ୍ଡୀ ମହୋତ୍ସବ ଆଜି ରଙ୍ଗା ରଙ୍ଗ ମଧ୍ୟରେ ଉଦଘାଟିତ ହୋଇଛି l ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜ଼ିଲ୍ଲାପାଳ ଭି. କୀର୍ତ୍ତିଭାଷନ ମହୋଦୟ ଯୋଗ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନର ମାନ୍ୟତା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି କହିବା ସହ ଐତିହ୍ୟ ପୀଠର ଉର୍ନତୀ କରଣ ପାଇଁ ଅତିଶୀଘ୍ର DPR ପ୍ରସ୍ତୁତ କରାଯିବ l ଏହି ପୀଠର ଉର୍ନତି ପାଇଁ ପ୍ରଶାସନ ସହଯୋଗ କରିବ ବୋଲି ଜ଼ିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ l  ଗଞ୍ଜାମ NAC ଅଧକ୍ଷା ପ୍ରତିଭା ପାଢ଼ୀ, ଛତ୍ରପୁର NAC ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା,ଛତ୍ରପୁର NAC ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଟ୍ରଷ୍ଟର ସଦସ୍ୟ ମଞ୍ଜୁଳା ପଣ୍ଡା ,ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଓ ପୂଜା କମିଟି ସମ୍ପାଦକ ch ଦୟାନିଧି ରେଡ୍ଡୀ ମଞ୍ଚାସିନ ଥିବା ବେଳେ ସଂଯୋଜକ କମଳ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  l ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ ସଂଗୀତ ପରିବେଷଣ କରିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁତ ଲୋକକଳା ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା l ଆସନ୍ତା କାଲି ଏବଂ ୮ ତାରିଖ ଦିନ ଏହି ମହୋତ୍ସବ ଅନୁଷ୍ଠିତ ହେବ l ରାମଚଣ୍ଡୀ ଟ୍ରଷ୍ଟ, ପରିଚାଳନା କମିଟି ଏବଂ ପୂଜକମିଟି ପକ୍ଷରୁ ଏହିକାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l