June 26, 2026

ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ଠାରେ ଚାଲିଥିବା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ…

knlnlk
Share

 

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକର ସଦର ମହକୁମା ଆର.ଉଦୟଗିରି ଗ୍ରାମପଞ୍ଚାୟତ ସ୍ଥିତ ମହେନ୍ଦ୍ର ତନୟା ଉଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଦେଢମାସ ଧରି ଚାଲିଥିବା ବିଭିନ୍ନ କ୍ରୀଡା ପ୍ରଯୋଗିତା, ସଫେଇ, ସଡକ ସୁରକ୍ଷା, ସଚେତନତା ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ସରିଛି ।ନୋଡାଲ ଅଫିସ ଅଧ୍ୟାପକ ନିଳାଞ୍ଚ ପାଣିଗ୍ରାହୀ ସଭାପତିତ୍ବରେ ଶୁକ୍ରବାର ଆୟୋଜନ ଉଦ୍ଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସମ୍ମାନିତ ଅତିଥୀ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ ସରପଞ୍ଚ, ସମିତିସଭ୍ୟ/ସଭ୍ୟା , ଏସବିଆଇ ବ୍ୟାଙ୍କ ମେନେଜର ଓ ଉଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ ।ଏହି ଅବସସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯିବା ସହ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥୀମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ପିଟି ଅଧ୍ୟାପିକା ସୁମନ୍ତ କୁମାର ବେହେରା ମଞ୍ଚ ପରିଚାଳନା କରିବା ବେଳେ ବିଦ୍ୟାଳୟ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।(ଗରୁଡ଼ ଧ୍ଵଜ ଚୌଧୁରୀ)