April 29, 2026

ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ହେଲେ ଶ୍ରୀନିବାସ…

jihii
Share

 

ରାମନାଗୁଡା ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିଜେପି ଦଳର ଯୁବ ନେତା ତଥା ଶ୍ରୀନିବାସ ପଣ୍ଡାଙ୍କୁ ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଭାବେ ଦଳ ତରଫରୁ ଚୟନ କରାଯାଇଛି।ନିଜର କାମ କରିବା ଦକ୍ଷତା ନେଇ ଅଳ୍ପ ଦିନ ମଧ୍ୟରେ ତାଙ୍କୁ ଏହି ପଦ ପାଇଁ ଉପଯୁକ୍ତ ପଦବୀରେ ଚୟନ କରାଯାଇଥିବାରୁ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଓ ଯୁବ ମୋର୍ଚ୍ଚା ସଭାପତିଙ୍କୁ ଦଳର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଶ୍ରୀ ପଣ୍ଡା ଏଥିପୂର୍ବରୁ ବିଜେପି ଦଳର ସାଧାରଣକର୍ମୀ ଭାବେ ଦାୟିତ୍ୱରେ ନିର୍ବାହ କରିଥିଲେ।ନିର୍ବାଚନ ମଣ୍ଡଳୀ ଯୁବନେତା ଭାବେ ଅନେକ ପରିଚୟ ସୃଷ୍ଟି କରିଛନ୍ତି ଏବଂ ସେ ଅନେକ ଲୋକଙ୍କ ସମସ୍ୟା ଉପରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନ କରିଥିବା ନଜିର ରହିଛି।(ରିପୋର୍ଟ ସଞ୍ଜୀବ କୁମାର ଦାଶ)