ଆଜିର ଖବର..
୧-ଭୁବନେଶ୍ୱର:ଶରତରେ ଅସହ୍ୟ ତାତି,ପାରଦ ୩୬ ପାର୍, ସ୍ବାଭାବିକ ଠାରୁ ୪.୩ ଡିଗ୍ରୀ ଅଧିକ।
୨-ଆଠ ବର୍ଷ ପରେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ, ଅକ୍ଟୋବର ୧୫ରେ ହେବ ଭୋଟ୍। ଆସନ୍ତା କାଲି ଆସିବ ଅଫିସିଆଲ ନୋଟିଫିକେସନ୍ ।
୩-କ୍ୟାମ୍ପସ୍ ନିର୍ବାଚନରେ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ, AI ଫେକ୍କୁ ରୋକ୍।ଅପମାନଜନକ ଭାଷା, ବ୍ୟକ୍ତିଗତ ଆକ୍ରମଣ, ଭିତ୍ତିହୀନ ଅଭିଯୋଗ ଏବଂ ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର ଉପରେ କଟକଣା ଲାଗିଛି।
୪-ଭୁବନେଶ୍ୱର:OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ମୋଟ୍ ୨୭ ଜଣ ବରିଷ୍ଠ ଓଏଏସ୍ ହେଲେ ବଦଳି।
୫-କଟକ:୩୧ ସୁଦ୍ଧା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ଼ ପାଇଁ ନିର୍ଦ୍ଦେଶ।
୬-ଓଡ଼ିଆ ସିନେମାର ସ୍ମୃତି ଗବେଷଣା କେନ୍ଦ୍ର ହେବ କଳିଙ୍ଗ ଷ୍ଟୁଡିଓ: ମୁଖ୍ୟମନ୍ତ୍ରୀ
୭-ପ୍ରଣବଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଗିରଫ ହେବେ ଅଭିଯୁକ୍ତ, ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି।
୮-ଖଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ; ଥାନାରେ ୯ ଅଟକ।
୯-ଫାଇଲ ମିସିଂ: କନ୍ଧମାଳ ଦଙ୍ଗା କମିଶନ ଫାଇଲ ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ।
୧୦-କିଟ୍ର ୨୨ ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ନାଗାଲାଣ୍ଡ ରାଜ୍ୟପାଳ।
୧୧-ଭୁବନେଶ୍ୱର:ପୂଜା ମଣ୍ଡପରେ ସୁଦୃଢ଼ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା,ଯାଞ୍ଚ ହେବ ବାଣୁଆଙ୍କ ପରିଚୟପତ୍ର।
୧୨-କଟକରେ ନିଆଳି ଅପମିଶ୍ରିତ ପନିର ଜବତ ଘଟଣା: ଜଣେ ବ୍ୟବସାୟୀ ଗିରଫ।
୧୩-ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି,ସକାଳୁ ସକାଳୁ ୧୦ଟି ସ୍ଥାନରେ ଏକକାଳୀନ ତଲାସୀ ଜାରି।
୧୪-ଆଜି ସୁନାବେଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ସୁଖୋଇ-୩୦ MKI ଇଞ୍ଜିନ ସହ ଜଡ଼ିତ କାର୍ଯ୍ୟ, ବିଶେଷକରି ଇଞ୍ଜିନ ନମ୍ବର ୨୦୦୦ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ।
୧୫-ଆଜି ଭାରତ – ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି୨୦,ଏକାନ୍ନାରେ ହେବ ବ୍ୟାଟିଂ ବିସ୍ଫୋରଣ।
୧୬-ଭୋପାଳ: କୁନୋରୁ ଆସିଲା ଖୁସି ଖବର,୫ ଶାବକ ଜନ୍ମ ଦେଲା ଭାରତରେ ଜନ୍ମିତ ଚିତା, ମୋଟ୍ ସଂଖ୍ୟା ୬୦କୁ ବୃଦ୍ଧି।
୧୭-‘ଆପଣଙ୍କ ସ୍ଥାନ ଜେଲରେ’, ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍।
୧୮-୧୦ ଲକ୍ଷ ନିଯୁକ୍ତି ଏବଂ ୧୦୦ ବିଲିୟନ୍ ଡଲାର ନିବେଶ; ସ୍ୱିଜରଲ୍ୟାଣ୍ଡ ସହ ଭାରତର ବଡ଼ ଚୁକ୍ତି।
୧୯-ଏସ୍ଆଇଆର୍ ବିବାଦରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ଫର୍ମ-୬ ପରିବର୍ତ୍ତନକୁ ମଞ୍ଜୁର କରିନାହାନ୍ତି କୋର୍ଟ।
୨୦-ଟ୍ରମ୍ପ ସେନାକୁ ଚକ୍ମା ଦେବେ ଇରାନ୍ର ମହିଳା, ଆରମ୍ଭ ହେଲା ଜୋରଦାର ଟ୍ରେନିଂ।
୨୧-ମେଡିସିନ୍ରେ ନୋବଲ୍ ପୁରସ୍କାର ପାଇଁ ୩ ବୈଜ୍ଞାନିକ:ଆମେରିକା ବୈଜ୍ଞାନିକ କାର୍ଲ ଡେସେରୋଥ୍, ଜର୍ମାନୀ ବୈଜ୍ଞାନିକ ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲ୍ ଯୁଗ୍ମ ମନୋନୀତ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
