ବକଟି ପ୍ରାଥମିକ ବିଦ୍ୟାଳୟ ପରିସରରେ ସାମ୍ୱାଦିକ ମଣ୍ଟୁ ଷଡ଼ଙ୍ଗୀଙ୍କ ଦଶମ ଶ୍ରାଦ୍ଧବାର୍ଷିକ
ବରଗଡ,ତା ୬/୯ (ସୁରେନ୍ଦ୍ର କଠାର )
ଭେଡେନ ଅଂଚଲର ଜଣାଶୁଣା ସମାଜସେବୀ ତଥା ସାମ୍ବାଦିକ ମଣ୍ଟୁ ଷଡ଼ଙ୍ଗୀଙ୍କ ଦଶମ ଶ୍ରାଦ୍ଦ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି!ବକଟି ପ୍ରାଥମିକ ବିଦ୍ୟାଳୟ ପରିସରରେ | ସମ୍ବାଦ ସାହିତ୍ୟ ଘର ସଦସ୍ୟ ପର୍ଶୁରାମ ପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ସଂଜୀବ ପଧାନ,ପ୍ରଧାନ ଶିକ୍ଷକ ଯଦୁମଣୀ ମହାପାତ୍ର,ସୁଦାମସୁ ବେହେରା,ଯାମିନୀ ନାଏକ ପୂର୍ବତନ ସରପଞ୍ଚ ଗୌରଚନ୍ଦ୍ର ଦନ୍ତା,ଋଷୁଡ଼ା ସରପଞ୍ଚ ସୁରେନ୍ଦ୍ର କର୍ମୀ,ସରକାରୀ କର୍ମଚାରୀ ପ୍ରଦ୍ୟୁମ୍ନ ଡ଼ନସନା,ନିତେଇ ପଧାନ ,ଗୁରୁଦେବ ପାଣି,ସାମାଜିକ କର୍ମୀ ପାଣ୍ଡରୁ ଭୋଇ,ଶିକ୍ଷକ ଆଦିତ୍ୟ ଭୋଇ,ସାମାଜିକ କର୍ମୀ ଆରତୀ ବାଗ,ସୁଶୀଲ ବୁଦ୍ଦିଆ,ଡ଼.ଜ୍ୟୋତି ଅନୁଜା,ସାମ୍ବାଦିକ ମୁକୁନ୍ଦ ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରି ସ୍ବାର୍ଗତ ଷଡ଼ଙ୍ଗୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଵଳନ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଦାଞ୍ଜଳି ଅର୍ପଣ କରି ନିରବ ପ୍ରାର୍ଥନା କରାଯାଇଥିଲା!ସେହିପରି ମଣ୍ଟୁ ନିୟୁଜ ପେପର ଏଜେନସି ପକ୍ଷରୁ ଏଜେନ୍ସିର ସଦସ୍ୟ ସୁନୀଲ ପଧାନ,ପଞ୍ଚା ମହାନନ୍ଦ,ରାମ ମହାନନ୍ଦ,ଜିବେଶ ବାଦୀ,କିଶୋର ମହାର,ଅଚୁତ ପାଳେ,ମିଥୁନ ପଧାନ ପ୍ରମୁଖ ଯୋଗଦେଇ ଏକ ଶୋକ ସଭା ପାଳନ କରିଥିଲେ!
