September 21, 2024

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

Share

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

ହାଟଡିହି,ଦାବି ପୂରଣ ନହେଲେ
ଅଗଷ୍ଟ ୧୬ରୁ ସମୂହ ଛୁଟିରେ ରହିବାକୁ ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ସଂଘ। ଆଜି ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଓ ଗଣଶିକ୍ଷା ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇ ଚେତାବନୀ ଦିଆଯାଇଛି। ସରକାର ପ୍ରାଥମିକ ଶିକ୍ଷକ ସଂଘର ଦାବିକୁ ଗୁରୁତ୍ଵ ଦେଉ ନାହାନ୍ତି। ବାରମ୍ବାର ଆନ୍ଦୋଳନ କରୁଥିଲେ ବି ସରକାର ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ପୂରଣ କରୁ ନାହାନ୍ତି। ତେଣୁ ଆଜି ଶତାଧ୍ଵକ ଶିକ୍ଷୟତ୍ରୀ ଜଳକଳଙ୍ଗ ସ୍କୁଲ ନିକଟରୁ ଏକ ପାଟୁଆରରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଇଓ ଧନେଶ୍ବର ଖଣ୍ଡେଇଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ହାଟଡିହି ବ୍ଳକର ଶ୍ରୀକାନ୍ତ ପଟ୍ଟନାୟକ, ଶ୍ରୀକାନ୍ତ ବିଶ୍ବାଳ, ପ୍ରଦୀପ ନାୟକ, ଦେବାଶିଷ ବାରିକ, ଜିତେନ୍ଦ୍ର କୁମାର ବେହେରା, ପ୍ରଫୁଲ ମଣ୍ଡଳ, ପ୍ରଫୁଲ୍ଲ କୁମାର ସାହୁ, ସୁର୍ଯ୍ୟ ପ୍ରକାଶ ସେଠୀ, କ୍ଷେତ୍ରବାସୀ ମିଶ୍ର, ଶୁଶ୍ରୀ ସ୍ଵୟଂପ୍ରଭା ବେହେରା, ପୁଷ୍ପାଞ୍ଜଳି ଖୁଣ୍ଟିଆ, ଉମାମଣି ପାଢ଼ୀଙ୍କ ସମେତ ଶତାବ୍ଦିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।
ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ୍