September 21, 2024

ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କ ଉମରକୋଟ ଗସ୍ତ l

Share

ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କ ଉମରକୋଟ ଗସ୍ତ lLK

(ଉମରକୋଟ ରୁ ଏମ୍ ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର, ଉମରକୋଟ
Date -06/08/23

ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗସ୍ତ କରିଛନ୍ତି l ଏହି ଗସ୍ତ ସମୟରେ ଉମରକୋଟ ମୁନିସିପାଲିଟି ଅଧୀନରେ ଥିବା ସ୍ମଶାନ ରେ ଲାଗିଥିବା ଅତ୍ୟାଧୁନିକ ଶବ ପୋଡା ମେସିନର ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ପୌରପରିଷଦ ଅଧ୍ୟକ୍ଷା ରାଧା ଭତ୍ରା, ଉପାଧ୍ୟାକ୍ଷ ସୁଧାଂଶୁ ଦାସ ଙ୍କ ସମେତ ଅନ୍ୟ କାଉନସିଲର ମାନେ ଯୋଗଦେଇଥିଲେ l ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି କାମ ସରକାରଙ୍କ କୋଟି କୋଟି ଟଙ୍କାରେ ନିର୍ମିତ ଆଦର୍ଶ ସ୍ମଶାନର ରକ୍ଷଣାବେକ୍ଷଣ କେମିତି ସୁଚାରୁ ରୂପେ ହେବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି କହିଛନ୍ତି l
ଆଜି ମନ୍ତ୍ରୀ ସାରକାଙ୍କ ଉମରକୋଟ ଗସ୍ତ ସମୟରେ ବିଜେଡିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏଥିରେ ଉମରକୋଟ ବ୍ଲକ ର ୫୦୦ ରୁ ଅଧିକ କଂଗ୍ରେସ୍ ଓ ବିଜେପି କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି ।