September 21, 2024

କୋଟପାଡ଼ ଥାନାଅଧିକାରୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

Share

କୋଟପାଡ଼ ଥାନାଅଧିକାରୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଥାନା ଅଧିକାରୀ ଶ୍ରୀ ଶେଷଦେବ ବେହେରାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଥାନା ପ୍ରାରମ୍ଭ ରୁ ଏ ଭଳି ବିଦାୟ ସମ୍ବର୍ଦ୍ଧନା କାହାରି କୁ ଦିଆଯାଇ ନ ଥିବା ଜଣସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି I ଶ୍ରୀ ବେହେରା ଦୀର୍ଘ ତିନ ବର୍ଷ ରୁ ଅଧିକ ଦିନ ହେବ ଜନ ପ୍ରତି ନିଧି,ଗଣମାଧ୍ୟମ ପ୍ରତିନିଧି, ସରକାରୀ କର୍ମଚାରୀ ଙ୍କ ସମେତ ସର୍ବ ସାଧାରଣ ବ୍ୟକ୍ତି ବିଶେଷ ଙ୍କୁ ଉତ୍ତମ ବ୍ୟବହାର କରି ଥାନାକୁ ଆସୁଥିବା ଲୋକଙ୍କ ସମାସ୍ୟ କୁ ସମାଧାନ କରି ଉଚିତ ପଦକ୍ଷେପ ନେଉଥିଲେ। ତେଣୁ ଆଜିର କାର୍ଯ୍ୟକ୍ରମରେ ପୋଲିସ ଏବଂ ପବ୍ଲିକ କିଛି ସମୟ ପାଇଁ ଭାବ ବିହ୍ଵଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା. ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ତଥା ଓକିଲ ସଂଘ ର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ,ପୌରାଧକ୍ଷ ସଙ୍କର ରାଓ ନାଇଡ଼ୁ, କାଉନସିଲର ଟିକୁ ବିଶୋଇ, ଆଇନ ଜୀବ ସଙ୍କର ପ୍ରସାଦ ପଣ୍ଡା,ଅବଦୁଲ ଗାନି, ସୋନାତାନ ଦାସ,ଅଜିତ ପଟ୍ଟନାୟକ, ରାଜୁ ବକ୍ସି, ବାବୁଲି ବେବେର୍ତ୍ତା, ନବୀନ ବିଶୋଇ,ଡାକ୍ତର ରଞ୍ଜିତ ନାୟକ,ଫୋର୍ମାଶିଷ୍ଟ ଶ୍ରୀ ସୂର୍ଯ୍ୟ କାନ୍ତ ପାଢ଼ୀ,ଦିବ୍ୟ ନାୟକଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ ଶ୍ରୀମତୀ ଚନ୍ଦ୍ର ପ୍ରଭା ମହାନ୍ତି ପଦ୍ମନ ନାୟକ ଯୁଧିଷ୍ଠିର ମୁଦୁଲି ରିନା ଚାଲ୍ଳାନ,ଵଂଶୀଧର ଭତରା ଏବଂ ବାବୁଲି ମହାପାତ୍ର କାର୍ଯ୍ୟକ୍ରମକୁ ଆସିଥିବା ଅତିଥିଙ୍କୁ ସମ୍ମାନ ଜଣାଇବା ସହ ମଧ୍ୟାନ୍ନ ଭୋଜନର ବ୍ୟବସ୍ଥା କରିଥିବା ଜଣାଯାଇଛି ।
(କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଓଡିଶା ଖବର )