September 21, 2024

ରାହୁଲ ଗାନ୍ଧିଙ୍କ ଦୋଷୀ ସାବ୍ୟସ୍ତ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ରାଜନୈତିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ

Share

*ରାହୁଲ ଗାନ୍ଧିଙ୍କ ଦୋଷୀ ସାବ୍ୟସ୍ତ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ରାଜନୈତିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ (ସ୍ଵତନ୍ତ୍ର ପ୍ରତିନିଧିଙ୍କ ଠାରୁ)
‘ମୋଦି-ଚୋର’ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉପରେ ସୁପ୍ରିମ୍ କୋର୍ଟଙ୍କ ସ୍ଥଗିତାଦେଶ ଆଜିର ଫାସିବାଦୀ ପରିପ୍ରେକ୍ଷୀରେ ଉଲ୍ଲେଖନୀୟ । ନିମ୍ନ ଅଦାଲତଙ୍କ ରାୟରେ ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ଏବଂ ତାଙ୍କ ଲୋକସଭା ସଦସ୍ୟତା ତୁରନ୍ତ ରଦ୍ଦ କରାଯାଇଥିଲା। ସ୍ଥଗିତାଦେଶ ଏବେ ରାହୁଲଙ୍କ ସଂସଦ ସଦସ୍ୟ ମାନ୍ୟତାକୁ ପୁନର୍ଜୀବିତ କରିଛି।
ମାର୍ଚ୍ଚ ୨୪, ୨୦୨୩ରେ ଜାରି ଏକ ପ୍ରେସ୍ ବିବୃତିରେ ସିପିଆଇ (ଏମ୍ ଏଲ୍ ) ରେଡ୍ ଷ୍ଟାର୍ ରାହୁଲଙ୍କ ସଂସଦରୁ ବହିଷ୍କାରକୁ ‘ସମ୍ପୂର୍ଣ୍ଣ ଫାସିବାଦୀ କାର୍ଯ୍ୟ’ ବୋଲି ଦର୍ଶାଇଥିଲା । ଏହାକୁ ରାଜନୈତିକ ବିରୋଧୀଙ୍କ ବିରୋଧରେ ମୋଦୀ ସରକାର କରିଥିବା ଧମକ ଓ ନିରବତାର ଏକ ଅଂଶ ବୋଲି ନିନ୍ଦା କରିଥିଲା। ଦେଶର ସମସ୍ତ ଫାସିବାଦ ବିରୋଧୀ ଗଣତାନ୍ତ୍ରିକ ଶକ୍ତି ଏହି ଜଘନ୍ୟ ଫାସିବାଦୀ ପଦକ୍ଷେପକୁ ଦୃଢ ନିନ୍ଦା କରିବା ସହ ପ୍ରତିବାଦ ସହ ପରାସ୍ତ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲା।
ଆଜି ଯେତେବେଳେ ଗୁଜରାଟ, ୟୁପି ଏବଂ ମଣିପୁର ଭଳି ରାଜ୍ୟରେ ହାଇକୋର୍ଟ କାର୍ଯ୍ୟନିର୍ବାହୀ ଧାରାକୁ ଅନୁସରଣ କରୁଛନ୍ତି ଏବଂ ରାଜ୍ୟର ଅଧିକାଂଶ ଅନୁଷ୍ଠାନ ଫାସିବାଦୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ସେତେବେଳେ ସୁପ୍ରିମ୍ କୋର୍ଟଙ୍କ ରାୟ କୁ ଅନୁସରଣ କଲେ ଜଣାଯାଏ ରାହୁଲ ଗାନ୍ଧିଙ୍କୁ ସର୍ବାଧିକ ଦଣ୍ଡାଦେଶ ଲାଗୁ କରିବା ପାଇଁ ସୁରଟ ଅଦାଲତ କୌଣସି କାରଣ ଦେଇପାରିନଥିଲେ।
ଫାସିବାଦ ବିରୋଧରେ ସଂଘର୍ଷ କରୁଥିବା ସମସ୍ତେ ଏହି ସ୍ଥଗିତାଦେଶ କୁ ସ୍ୱାଗତ କରିବା ଉଚିତ୍ ବୋଲି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ସର୍ବଭାରତୀୟ ସାଧାରଣ ସମ୍ପାଦକ ପି.ଜେ.ଜେମ୍ସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି।