November 13, 2024

ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ଦାବୀ ସ୍ମାରକ ପତ୍ର ପ୍ରଦାନ

Share

ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ଦାବୀ ସ୍ମାରକ ପତ୍ର ପ୍ରଦାନ
—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ
ର ରାଜ୍ୟ ଓ ଜିଲ୍ଲା ସଂଘର ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକ ପକ୍ଷରୁ ତିନି ଦଫା ଦାବୀ ରାଜ୍ୟ ମୁଖ୍ୟା ଙ୍କ ଉଧେଶ୍ୟରେ ପ୍ରଦାନ କରାଯାଇଛି l ଗଞ୍ଜାମ ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗିୟ ଶାସନ ସଚିବ
ଉଧେଶ୍ୱରେ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅନୁପସ୍ଥିତିରେ ସହକାରୀ ଗୋଷ୍ଟି ଶିକ୍ଷାଧିକାରୀ ସଂଯୁକ୍ତା ବେହେରା ଙ୍କୁ ପ୍ରଦାନ କରାଯାଇଛି l
ଦାବିପତ୍ର ପ୍ରଦାନ ପୂର୍ବରୁ ପ୍ରାୟ 3 ଶହ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଗଞ୍ଜାମ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ର ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂଗଠନର କର୍ମକର୍ତ୍ତା ମାନେ ଶିକ୍ଷକ ମାନଙ୍କ ଦାବୀ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ନେତା କୃଷ୍ଣଚନ୍ଦ୍ର ବେହେରା, ଅଭିରାମ ନାୟକ, ନିରଞ୍ଜନ ମହାପାତ୍ର, ଭାବାନୀ ଶଙ୍କର ପାଟନାୟକ, ହୃଷିକେଶ ପଣ୍ଡା, ଗଜେନ୍ଦ୍ର ମାଝୀ, ରାମକୃଷ୍ଣ ବେହେରା, ବିଜୟ ମହାନ୍ତି, ଲକ୍ଷ୍ମଣ ନାହାକ, ପ୍ରକାଶ ଚନ୍ଦ୍ର ବେହେରା, ଦୁର୍ଗା ପ୍ରସାଦ ପଟନାୟକ, ମହେଶ କୁମାର ବେହେରା, ଜୟକୃଷ୍ଣ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ l