June 17, 2026

ଚନ୍ଦ୍ରପୁର ତହସିଲଦାର ଭିଜିଲାନ୍ସ ଦ୍ୱାରା ଗିରଫ ..

IMG-20240706-WA0014
Share

ରାୟଗଡା :ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍,ତହସିଲଦାର ବିଚିତ୍ରାନନ୍ଦ ନାୟକ ଙ୍କୁ ରାୟଗଡ଼ା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଜଣେ ହିତାଧିକାରୀ ଙ୍କ ଠାରୁ ଟଙ୍କା ନେଇ ଆସୁଥିବା ବେଳେ ଚତୁରତାର ସହିତ ଗିରଫ କରିଛନ୍ତି ଭିଜିଲାନ୍ସ ବିଭାଗ। ତାଙ୍କୁ ଗିରଫ କରିବା ପୂର୍ବରୁ ସେ ଉଦ୍ଦେଶ୍ୟ ମୂଳକ ଭାବେ ନିଜ ଗାଡି ଦ୍ଵାରା ଭିଜିଲାନ୍ସ କର୍ମଚାରୀ ଙ୍କୁ ଆକ୍ରମଣ କରିଥିଲେ । ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ୩ ଜଣ ଭିଜିଲାନ୍ସ କର୍ମଚାରୀ। ଜବତ୍ ଟଙ୍କାର ହିସାବ କରୁଛି ରାୟଗଡ଼ା ଭିଜିଲାନ୍ସ ବିଭାଗ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ଟଏଲେଟ୍ରୁ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ। ପ୍ରାୟ ଏକ ଲକ୍ଷ ପନ୍ଦର ହଜାରରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି। ୩୦୦ ଗରିବ ଲୋକଙ୍କୁ ଘର ବାରି ପଟ୍ଟା କରିଦେବା ନେଇ ୧୮ ଲକ୍ଷ ଟଙ୍କା ଲାଞ୍ଚ ର ଡିଲ ହୋଇଥିଲା । ୧ ଲକ୍ଷ ୧୫ ହଜାର ଟଙ୍କା ଆଡ଼ଭାନ୍ସ ଆକାରରେ ନେଇଥିଲେ। ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରିଥିଲେ । ଏଥି ପୂର୍ବରୁ ୨୦୨୨ ମସିହାରେ ସେ ବାରଙ୍ଗରେ ମଧ୍ୟ ଭିଜିଲାନସ୍ ଦ୍ଵାରା ଗିରଫ ହୋଇଥିଲେ। ବର୍ତମାନ କଟକ, ଭୁବନେଶ୍ୱର , ଢେଙ୍କାନାଳ ଏବଂ ଶ୍ଵଶୁର ଘର ଅନୁଗୁଳରେ ମଧ୍ୟ ଚଡାଉ ଜାରି ରହିଛି ।
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ

You may have missed