May 14, 2026

ଉମରକୋଟ ଠାରେ ରାହୁଲ ଗାନ୍ଧୀ, ଷ୍ଟାଲିନ ଓ ଓୱେସି ର କୁଶ ପୁତ୍ତଳିକା ଦହନ………

IMG-20240706-WA0016
Share

ଉମରକୋଟ:-ଦେଶର ରାଜନୀତି ଏଭଳି ଦିଗକୁ ଗଲାଣି ଯେ କିଛି ରାଜନୈତିକ ଦଳ ର ନେତା ନିଜ ରାଜନୀତି ତାୱାରେ ଧର୍ମର ରୁଟି ସେକିବାକୁ ପଛଘୁଞ୍ଚା ଦେଉନାହାନ୍ତି!ନିଜ ଫାଇଦା ପାଇଁ ଜାତି ଧର୍ମ ମଧ୍ୟରେ ଲଢେଇ କରି ଦେଶକୁ ଅଶାନ୍ତ କରିବାରେ ଲାଗିଛନ୍ତି!ଏଭଳି ନେତାଙ୍କୁ ମଧ୍ୟ ଦଳୀୟ ଲୋକ ସମର୍ଥନ କରୁଛନ୍ତି! କିଛି ମାସ ପୂର୍ବେ ତାମିଲନାଡୁ ର ନେତା ଷ୍ଟାଲିନ ଏକ ସଭାରେ ହିନ୍ଦୁମାନଙ୍କୁ ଡେଙ୍ଗୁ, ମେଲେରିଆ ବୋଲି କହିଥିଲେ, ଏହା ପରେ ଚଳିତ ନିର୍ବାଚନ ରେ ବିଜୟୀ ହେବା ପରେ ଅସଉଁଦିନ ଓୱେସି ନିଜର ଶପଥ ଗ୍ରହଣ ବେଳେ ଜୟ ଫିଲିସଥିନ ବୋଲି କହିଥିଲେ ଏବଂ ଶେଷରେ ଚଳିତ ମାସ ଏକ ତାରିଖ ଦିନ ସଂସଦ ରେ କଂଗ୍ରେସ ର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହିନ୍ଦୁ ମାନଙ୍କୁ ହିଂସ୍ର,ନଫରତ, ଅସତ୍ୟ ବୋଲି କହିଥିଲେ, ଯାହାଫଳରେ ସାରା ଦେଶରେ ହିନ୍ଦୁ ମାନଙ୍କ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି!ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ବିଶ୍ୱ ହିନ୍ଦୁପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ଷ୍ଟାଲିନ, ଓୱେସୀ ଓ ରାହୁଲ ଗାନ୍ଧୀ ର କୁଶ ପୁତ୍ତଳିକା ଧରି ଡିଏନକେ ଠାରୁ ଏକ ପଦଯାତ୍ରା ବାହାର କରି ଚପଲ, ଲାତ ମାରି ମାରି ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଏହି ତିନି ଜଣ ଙ୍କ କୁଶ ପୁତ୍ତଳିକା ଦହନ କରିବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି!ଏଭଳି ହିନ୍ଦୁ ମାନଙ୍କ ହୃଦୟ କୁ କୁଠାରାଘାତ କରୁଥିବା କିଛି ରାଜନୈତିକ ନେତା ମାନଙ୍କୁ ଦମନ କରିବା ପାଇଁ ହିନ୍ଦୁ ମାନଙ୍କୁ ସଜାଗ ରହିବାକୁ ଅନୁରୋଧ କରିଥିଲେ!