May 14, 2026

ମୋହନା ସାମ୍ବାଦିକ ସଂଘ ପକ୍ଷରୁ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ …

IMG-20240706-WA0020
Share

 


ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ମେରାପଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବନ ମୋହଉତ୍ସବ ସପ୍ତାହ ସମୟରେ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳବାୟୁ ଏବଂ ଜଳ ସଂରକ୍ଷଣ ସହ ଲୋକଙ୍କୁ ଚାଲିବାକୁ ହେଲେ ବୃକ୍ଷ ରୋପଣ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ ବନ ବିଭାଗର ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ନିଜ ବକ୍ତବ୍ୟରେ ବୃକ୍ଷ ରୋପଣ ଦ୍ବାରା କଣ ଲୋକଙ୍କ ହିତରେ ଆସେ ବର୍ଣ୍ଣନା କରିବା ସହ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ, ପଶୁ ଚିକିତ୍ସା ଅଧିକାରୀ, ଓକିଲ ସଂଘ ସଭାପତି, ସ୍ଥାନୀୟ ସରପଞ୍ଚ, ସାମ୍ବାଦିକ ସଂଘ ର ସମସ୍ତ ସଦସ୍ୟ ଙ୍କ ସହ ବିଦ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ମୋହତ୍ସବ କୁ ଆନନ୍ଦର ସହ ପାଳନ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଦ୍ୟାଳୟ ପରିସର ମଧ୍ୟରେ ପରିବେଶ ଅନୁକୂଳ ବାତାବରଣ ରଖିବା ନିମନ୍ତେ ବୃକ୍ଷ ରୋପଣ କରିଥିଲେ। ସମସ୍ତ ଅଧିକାରୀ ସାମ୍ବାଦିକଙ୍କ ଏହି ମହତ୍ ଉଦ୍ଦେଶ୍ୟ କୁ ଉଚ୍ଚ ପ୍ରଶଂସା କରିଥିଲେ।