May 14, 2026

ଜେଲ ଗଲେ କେସିସି ବ୍ୟାଙ୍କ ମ୍ୟାନେଜର

IMG-20260506-WA0011
Share

 

ଜୟପୁର

ମାଲକାନଗିରି ଜିଲ୍ଲାର କେସିସି ବ୍ୟାଙ୍କରେ କୋଟିଏ ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ଘଟଣାରେ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁଯାୟୀ, ଶସ୍ୟ ବିକ୍ରୟରୁ ଆସିଥିବା ଟଙ୍କା ବ୍ୟାଙ୍କରେ ଜମା ନକରି ଅନ୍ୟାନ୍ୟ ବ୍ୟକ୍ତିଙ୍କ ପାଖକୁ ପଠାଯାଇଥିବା ଅଭିଯୋଗ ଆସିଥିଲା। ଏହାକୁ ଗୁରୁତ୍ୱ ସହ କେସିସି ବ୍ୟାଙ୍କ ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା।ତଦନ୍ତରେ ଜଣାପଡିଛି ଯେ, ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ସୁଧାଂଶୁ ଖରା ଲ୍ୟାମ୍ପ ଟଙ୍କାରୁ କୋଟିଏ ଟଙ୍କାରୁ ଅଧିକ ରାଶି ଆତ୍ମସାତ କରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଛି।

ଏହି ଦୁଇଟି ମାମଲାରେ ସୁଧାଂଶୁ ଖରାଙ୍କୁ ଗିରଫ କରି ଆଜି କୋର୍ଟ ଚଲାଣ କରାଯାଇଛି । ତାଙ୍କୁ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସ କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ଆସିବା ପରେ ଆତ୍ମସାତ ହୋଇଥିବା ସମୁଦାୟ ରାଶି ଓ ଏହି ଘଟଣାରେ ଅନ୍ୟ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସପି ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି।

କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ