ଝରଣା ପାଣି ଭରସାରେ ବ୍ଳକର ଅନେକ ଗାଁ ..

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା) ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।କିନ୍ତୁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ବହୁ ଦୁର୍ଗମ ଗାଁକୁ ଆଜି ବି ପାନୀୟ ଜଳ ପହଞ୍ଚି ପାରିନି।ଯୋଜନା ପରେ ଯୋଜନା ଚାଲି ଥିଲେ ବି ବିଶୁଦ୍ଧ ପାନୀୟ ଜଳ ଏହି ଲୋକଙ୍କ ପାଇଁ ସାତ ସପନ।ଲୋକେ ଭାଗ୍ୟକୁ ଆଦରି ପଡି ରହିଥିବା ବେଳେ ଗ୍ରୀଷ୍ମଋତୁ ଆରମ୍ଭରୁ ଝରଣା ପାଣି ଭରସାରେ ବ୍ଲକର ଅନେକ ଗାଁ ରହିଛି।ଆଉ କିଛି ଦିନ ପରେ ଝରଣାର ପାଣି ମଧ୍ୟ ଶୁଖି ଯିବାର ଆଶଙ୍କା ରହିଛି।ଏନେଇ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଲାଞ୍ଜିଗଡ଼,ବେନଗାଁ ପଞ୍ଚାୟତର କୋଳମୁର,ଭିତର ଧଡେବ, କାହିଁଯୋଡି,ଲିଟିଗୁଣ୍ଡେଲ, ଚରାପାଲି,ମାନଖାଲଗୁଡା, ନେତ୍ରେଇ,ମେଲିଲ ପଦର, ଅସୁରଗୁଡା ଓ କୋର୍ଟବଲ, ତ୍ରିଲୋଚନପୁର ପଞ୍ଚାୟତର ତାତିଝୁଲା,ହରଡାଗୁଡା,କୁଡା଼କାକୁ, ଆମଠାପଦର,ଗଉଡ଼ ଥୁଆଗୁଡା, ଡଟ୍ଟାଙ୍ଗପଦର ପଞ୍ଚାୟତର ଟୁଡୁରୁମା,ମୂଷିଗୁଡ଼ା,ଉପର ସିନ୍ଦା ଖୁଣ୍ଡି,ଗୁଜୁରି ପଞ୍ଚାୟତର ବରଙ୍ଗପଦର,ଦାରବେଙ୍କ, ନାବେଶଲୁଣ୍ଡା,ଶୋଷପଦର, କାଚଙ୍ଗ ଇଟା,କନ୍ଦ ଶୋଷପଦର, ମାନିବନ୍ଦା,ବିଜେପୁର ପଞ୍ଚାୟତରେ ପିଡିସାଲ,ମାଘ ମସ୍କା,ମିନ୍ଦିରଟା, ତରକାରିମା,ଚାଲିସରା,ମିମେଲ
ଲଟା,କାଟ୍ରାଗୁଡା,ସରଲାଞ୍ଜି ଓ ଗୋପୀଗୁଡା,ଦେତାଗାଁ ପଞ୍ଚାୟତର ତାତିକୁଲା,ଇସନାଲା,ମନପ୍ରଭା ଓ ମଣିଲେପା,ଭାବନ୍ଦିଲି ପଞ୍ଚାୟତର ପଣମଗୁଡା,ଦଶିଗୁଡା,ବନ୍ଦପାରି ପଞ୍ଚାୟତର ଜାନେରି,ସରକାମୟା, ମାଳିଯୁବାଙ୍ଗ ପଞ୍ଚାୟତରେ ମାଳପଦର,ବଡ ସିମେଲପଦର, ଟୁଲିମଏମେଲ,ସାକେଶ କୁଣ୍ଡାରୁ, ଦୁର୍ଗାବୁଣ୍ଡେଲ ଓ ପାହାଡ଼ ପ୍ରଦର, ସାପ ଚଞ୍ଚରା,ଲଦାଙ୍ଗ,ଲାଞ୍ଜିଗଡ଼ ପଞ୍ଚାୟତର ଭଟ୍ଟାରି ଗ୍ରାମରେ ଜଳସଙ୍କଟ ଏବେ ଠାରୁ ଉତ୍କଟ ରୂପ ଧାରଣ କଲାଣି ଏଥି ମଧ୍ୟରୁ କେତେକ ଗାଁ ରେ
ନଳକୁପ ଅଚଳ ହୋଇ ପଡ଼ିଥିବା ବେଳେ କେତେକ ଗାଁରେ ସୋଲାର ଦ୍ବାରା ଜଳ ଯୋଗାଣ ବ୍ୟବସ୍ଥା ରହିଛି।କିନ୍ତୁ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମେଗୁଡ଼ିକ ବି ବର୍ଷ ବର୍ଷ ଧରି ବନ୍ଦ ରହିଛି ଯାହା ଫଳରେ ଲୋକେ ଝରଣା ପାଣି ଉପରେ ଭରସା କରିବା ପାଇଁ ବାଧ୍ୟ ହେଉଛନ୍ତି।ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଆସିଲେ ନେତା ମାନେ ଗାଁକୁ ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇ ଯାଆନ୍ତି କିନ୍ତୁ ନିର୍ବାଚନ ସରିଲେ ସେମାନଙ୍କ ପ୍ରତିଶ୍ରୁତି ଗୁଡିକ
ଭୁଲିଯାନ୍ତି।ଯନ୍ତ୍ରଣାରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।ଏହାର ଶୀଘ୍ର ସମାଧାନ ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
