April 25, 2026

ବଉଳ ଗାଁ ପଞ୍ଚାୟତରେ “ଆମ ଓଡିଶା- ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମ…

kjhuui
Share

 

ଛତ୍ରପୁର, ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ସ୍ତରୀୟ “ଆମ ଓଡିଶା -ନବୀନ ଓଡିଶା ” ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ପ୍ରତିମା ଦାସ, ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା ଙ୍କ ସଭାପତିତ୍ବ ଏବଂ ବିସିସି ବ୍ୟାଙ୍କ ଡାଇରେକ୍ଟର ଦୁର୍ଯ୍ୟୋଧନ ପରିଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସର ରେ ପଂଚାୟତ ରେ ହୋଇଥିବା ବିଭିନ୍ନ କାର୍ଯ୍ୟ ର ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା | ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିଭଳି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ,ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ,ଜିଲ୍ଲାପରିଷଦ ସଭ୍ୟା ଛବିତା ବେହେରା ଓ ରଶ୍ମିତା ନାହାକ, ବଉଳଗାଁ ନାଏବ ସରପଞ୍ଚ ଅଶୋକ ମୁଦୁଲି,ଆଦିକନ୍ଦ ମହାରଣା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସନ୍ତୋଷ ମିଶ୍ର, ଚିରଞ୍ଜିବ ପରିଡା,ଯୁବ ନେତା ବାପି ଦାସ, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ମଥୁରା ଚରଣ ସୁବୁଦ୍ଧି,ଛତ୍ରପୁର ଏନଏସି 10ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ,ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ସୁରେଶ ଦାଶ,ଅଭିରାମ ପ୍ରଧାନ, ସନ୍ତୋଷ ବେହେରା ଓ କିଶୋର ବେହେରା ଙ୍କ ସମେତ ବହୁ ଜନ ପ୍ରତିନିଧି,ମିଶନ ଶକ୍ତି ର ମହିଳା ,ଭଦ୍ର ବ୍ୟକ୍ତି ଏବଂ ଜନସାଧାରଣ ମାନେ ଯୋଗଦେଇଥିଲେ l କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା,ଏଲଇଡି ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ ବଉଳ ଗାଁ ପଂଚାୟତ ହୋଇଥିବା ବିଭିନ୍ନ ବିକାଶ ଭିଡିଓ ଉପସ୍ଥିତ ଜନସାଧାରଣମାନେ ଦେଖିଥିଲେ, ଏହି ଅବସର ରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗଦେଇ ବିଭାଗପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କ ରେ କହିଥିଲେ |

You may have missed