April 27, 2026
ajiro khabar
Share

 

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ୨୦ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହେଲା। ୯ ତାରିଖରେ ପୁଣି ଲଘୁଚାପ ସମ୍ଭାବନା

 

ରାଜ୍ୟର ବିଭିନ୍ନ ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ଦେବେ ରାଜ୍ୟ ସରକାର

 

ବାଲେଶ୍ବରରେ ଡିଜିଟାଲ୍ ବିଶ୍ବବିଦ୍ୟାଳୟ କେନ୍ଦ୍ର। ଏଆଇ ଓ ସାଇବର ନିରାପତ୍ତା ପାଠ୍ୟକ୍ରମ ପ୍ରଦାନ କରିବ

 

କଟକ ବାଲିଯାତ୍ରା ପାଇଁ ଅନଲାଇନ ଏବଂ ଅଫଲାଇନ ଜରିଆରେ ପଞ୍ଜିକରଣ ହେଉଛି। ୧୩ ତାରିଖରୁ ପ୍ଲଟ ନିଲାମ ହେବ। ଏଥର ୧୬୭୦ ପ୍ଲଟ

 

କଟକରେ ଦୁର୍ଗାପୂଜା ଭସାଣି ବେଳେ ସାମ୍ପ୍ରଦାୟିକ ଗୋଷ୍ଠୀ ସଂଘର୍ଷ, ୬ ଜଣଙ୍କୁ ଗିରଫ କଲା ପୋଲିସ। ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ

 

ରାଜ୍ୟ ବାହାରକୁ ଓଡ଼ିଆ ଦାଦନ ଶ୍ରମିକ ଚାଲାଣ ବେଳେ ବଲାଙ୍ଗୀର କଣ୍ଟାବାଞ୍ଜିରେ ୫୫ ଜଣ ଦାଦନଙ୍କୁ ଧରିଲା ପୁଲିସ।

 

ପୋଲିସ ଏସଆଇ ପରୀକ୍ଷା ଜାଲିଆତିରେ ବନ୍ଧା ହେଲା ରାଜନୈତିକ କର୍ମୀ ଶଙ୍କର ପୃଷ୍ଟିର ସହଯୋଗୀ ବିଶ୍ୱରଞ୍ଜନ, ମୁନା ମହାନ୍ତି, ଲୋକନାଥ ସାହୁ

 

ଭୁବନେଶ୍ବର ବିମାନବନ୍ଦରରୁ ପୁଣିଥରେ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ।

 

ବିଭିନ୍ନ ସ୍ଥାନରେ, ସୁନ୍ଦରଗଡ଼, ବୈପାରିଗୁଡ଼ା, କାଲିମେଳା, ଝରିଗାଁରେ ପୋଖରୀରେ ବୁଡ଼ି ୫ ଜଣଙ୍କ ଜୀବନ ଯାଇଛି

 

ନବରଙ୍ଗପୁର ପାପଡାହାଣ୍ଡିରେ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମୁହାଁମୁହିଁ, ଡ୍ରାଇଭର ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

 

ଭଦ୍ରକ ରାସ୍ତାକଡରୁ ମହିଳାଙ୍କୁ ଟେକି ନେଇଥିବା ଟ୍ରକ୍ ଡ୍ରାଇଭର ସଦ୍ଦାମକୁ କେନ୍ଦୁଝରରୁ ଧରିଲା ପୁଲିସ୍‌। ସିସିଟିଭି ଫୁଟେଜ ସାହାଯ୍ୟ କଲା।

 

ରାୟଗଡ଼ା ହାତୀପଥର ନିକଟ ନାଗାବଳୀ ନଦୀକୂଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତକଙ୍କ ନାମ ସିମାଦ୍ରୀ

 

ଝାରସୁଗୁଡା ଜିଲ୍ଲା ଲଖନପୁରରେ ପ୍ଲାଷ୍ଟିକ ଟେବୁଲର ଗୋଡ଼ରେ ପିଟି ବାପାକୁ ହତ୍ୟା କଲା ପୁଅ ବିଦ୍ୟାଧର

 

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁରରେ ବିବାହିତ ମହିଳାଙ୍କୁ ଗରମ ଲୁହାରଡ଼ ଚେଙ୍କ ଦେଲେ ଶାଶୂଘର ଲୋକ। ମହିଳା ଗୁରୁତର

 

ଭୁବନେଶ୍ୱର କୁଆଖାଇ ନଦୀକୂଳରେ ଭାସୁଥିବା ମୃତଦେହ ଠାବ। ପରିଚୟ ମିଳିନାହିଁ।

 

ବାଲେଶ୍ଵର ଜିଲ୍ଲା ଔପଦା ପ୍ରତାପପୁର ଗାଁରେ ସ୍ତ୍ରୀକୁ ପିଟିପିଟି କଚାଡ଼ି ମାରିଦେଲା ନୃଶଂସ ସ୍ୱାମୀ ନିଶାକର

 

ଯାଜପୁର ଜିଲ୍ଲା ପନାସିଆ ଗାଁରେ ଶଳାର ବେକକୁ ଭିଣୋଇ ବ୍ଲେଡରେ କାଟି, ହତ୍ୟାକରି ଫେରାର

 

ଭୁବନେଶ୍ୱର ଆପୋଲୋ ହସପିଟାଲରେ ଏକକାଳୀନ ୧୦ ରୁ ଅଧିକ ଡାକ୍ତର କାର୍ଯ୍ୟରୁ ନିବୃତ ରହିବା ସୂଚନା।

 

ତେଲେଙ୍ଗାନାରେ ଅଷ୍ଟମୀ, ନବମୀ ଓ ଦଶମୀ, ୩ ଦିନରେ ଲୋକେ ପିଇଦେଲେ ୭୦୦ କୋଟିର ମଦ

 

ଭାରତ-ୱେଷ୍ଟଇଣ୍ଡିଜ୍‍ କ୍ରିକେଟ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ୍‍ କୁ ଇନିଂସ୍ ଓ ୧୪୦ ରନରେ ହରାଇଲା ଭାରତ।

 

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଦଳ ଘୋଷିତ। ଶୁଭମନ ଅଧିନାୟକ, ଫେରିଲେ ରୋହିତ-କୋହଲି

 

ଆରବ ସାଗରରେ ବାତ୍ୟା ‘ଶକ୍ତି’ ଯୋଗୁଁ ଘଣ୍ଟା ପ୍ରତି ୬୫ କିମି ବେଗରେ ବହୁଛି ପବନ। ମହାରାଷ୍ଟ୍ର ମୁହାଁ ହେଉଛି

 

ପୁଣି ଥରେ ଆମେରିକାର ଡାଲାସରେ ଭାରତୀୟଙ୍କୁ ହତ୍ୟା। ମୃତକ ହାଇଦ୍ରାବାଦର ଏଲବି ନଗର ବାସିନ୍ଦା ଚନ୍ଦ୍ରଶେଖର।

 

ଟ୍ରମ୍ପ୍‌ଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି ମୋଦୀ। ଟ୍ରମ୍ପ୍‌ଙ୍କ ବନ୍ଧକ ମୁକ୍ତି ପଦକ୍ଷେପ ନେଇ ପ୍ରଶଂସା କଲେ ମୋଦୀ

 

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବେ ସାନାଏ ତାକାଇଚି

 

ଆଜି ଅନ୍ତର୍ଜାତୀୟ ଶିକ୍ଷକ ଦିବସ

 

ଆଜି ଜନ୍ମଦିନ: ରାଣୀ ଦୁର୍ଗାବତୀ (ଗୋଣ୍ଡ), କୈଳାସପତି ମିଶ୍ର, କୃପାଳୁ ମହାରାଜ, ଶତାବ୍ଦୀ ରାୟ (ଅଭିନେତ୍ରୀ), ସଂଗ୍ରାମୀ ବାଜି ରାଉତ

 

ଆଜି ତିରୋଧାନ: ଲର୍ଡ଼ କର୍ଣ୍ଣୱାଲିସ, ଷ୍ଟିଭ ଜବସ

 

ଇତିହାସରେ ଆଜି: (୧୬୭୮) ବ୍ରିଟିଶ ଦ୍ୱାରା ଇଂଲଣ୍ଡ ମୁଦ୍ରା ଭାରତରେ ପ୍ରଚଳନ/ (୧୮୬୪) କଲିକତା ବାତ୍ୟାରେ ସତୁରୀ ହଜାର ମୃତ/ (୧୯୧୦) ପର୍ତ୍ତୁଗାଲ ରେ ଗଣତନ୍ତ୍ର ଶାସନ ଆରମ୍ଭ/ (୧୯୮୯) ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି ହେଲେ ଫାତିମା ବିବି

=======================

*ବନ୍ଦେ ଉତ୍କଳ ଜନନୀ*