April 26, 2026

ଉମରକୋଟ ବ୍ଲକ ପୋଡାଗଡ ପିଠ ଠାରେ ମହା ସମାରୋହରେ ରେ ଦଶହରା ପାଳିତ………

IMG-20251005-WA0008
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ଅନ୍ତର୍ଗତ ଐତିହାସିକ ପୋଡ଼ାଗଡ ପୀଠ ଠାରେ ମହା ଆଡମ୍ବରରେ ଦଶହରା ପର୍ବ ପାଳିତ ହୋଇ ଯାଇଛି। ଏହି ଅବସରରେ ମା ଦନ୍ତେଶ୍ୱରି , ଭୈରବ ଓ ଖମ୍ବେଶ୍ୱରୀଙ୍କ ବିମାନ ଓ ଗାଦି ମାଙ୍କ କୂର୍ଚି ଉମରକୋଟ ଗୁଲୀପାଟଣା ସ୍ଥିତ ଶ୍ରୀ କୈଳାସ ଚନ୍ଦ୍ର ବେହେରାଙ୍କ ବାସ ଗୃହରେ ବାହାରି ପୋଡ଼ାଗଡ ଠାରେ ପହଞ୍ଚିଲା। ପରେ ଦଶହରା ଉତ୍ସବ ପାଳିତ ହେଇ ଥିଲା।ଏହି ଅବସରରେ ବଡ଼ କୁମାରୀ ର ଗ୍ରାମର ବିମାନ ବୋହୂ ମାନେ ବିମାନ ବୋହି ନେଇଥିଲେ ବଡ଼ କୁମାରୀର ପୂଜକ ଶ୍ରୀ ସଲିମ୍ ଧର ପୂଜାରୀ ,ଭୂଷା ଭତରା ,ଚନ୍ଦ୍ର ଭତରା ଚୈତ୍ ରାମ ଭତରା,ହେମନ୍ତ ଭତରା,ଦୂର ସାଇ ଭତରା , ଶଙ୍କର ଭତରା ସୁନା ଭତରା ,ଦମ୍ନା ଭତରା ବଡ଼ ଭତରା ହରି ପନକା ସହିତ ଭୁବନ ଭତରା ଜଗା ଭତରା ବଳରାମ ଭତରା ଅରବିନ୍ଦ ଭତରା ଙ୍କ ସମେତ ପୋଡ଼ଗଡ ର ମୁଖ୍ୟ ପୂଜକ କୃଷ୍ଣ ପୂଜାରୀ ବିଂଝାଲ ପୂଜାରୀ ,ନାରାୟଣ ପୂଜାରୀ , ପୂର୍ଣ୍ଣ ପୂଜାରୀ ଲକ୍ଷ୍ମଣ ପୂଜାରୀଙ୍କ ସମେତ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ, ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତରା ମୁଖ୍ୟ ଉପଦେଷ୍ଟା ଶ୍ରୀ କୈଳାସ ଚନ୍ଦ୍ର ବେହେରା, ପରଗଣିଆ ମାଝୀ, ମହେନ୍ଦ୍ର ମାଝୀ ଓ ବଳ ଗଣ୍ଡା ଯୋଗ ଦେଇଥିବା ବେଳେ ସିଂସ।ରି ଗ୍ରାମର ଘୋଡ଼ା ପଟୁଆର ରେ ଯୋଗଦେଇ ପଡ଼ାଗଡ ର ମଙ୍ଗଳା ମନ୍ଦିରରୁ ବାହାରି ଭଙ୍ଗାରାମ ମନ୍ଦିରରେ ପହଞ୍ଚି ଦଶହରା ଉତ୍ସବ ପାଳିତ ହୋଇଥିଲା।ଏହି ଅବସରରେ ପ୍ରବଳ ବର୍ଷା ସତ୍ବେ ଶତାଧିକ ଭକ୍ତ ରଇତ ଶିରା ,ପୂଜାରୀ ଯୋଗଦେଇ ଏହି ଉତ୍ସବକୁ ସରସ ସୁନ୍ଦର କରିଥିଲେ।.