ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ରେ“ ଲିଙ୍ଗ ବିବିଧତା ଏବଂ ଟ୍ରାନ୍ସଜେଣ୍ଡରର ସମସ୍ୟ” ଶୀର୍ଷକ ଏକ ଆଲୋଚନା ଚକ୍ର ରାୟଗଡା

IMG-20240905-WA0009
Share

ରାୟଗଡ଼ା ମହାବିଦ୍ୟାଳୟର ଠାରେ ଏନସିସି , ଏନ ଏସ ଏସ,ତରଫରୁ ଲିଙ୍ଗ ବିଭୀଧତା ଓ ଟ୍ରାନ୍ସଜେଣ୍ଡାର ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମଝିଗୌରି ସିବିଓ ର ସଂଯୋଜକ ଶିଶିରକାନ୍ତ ମହାପାତ୍ର, ସଭାପତି କାନ୍ତରାଓ କଣ୍ଡାଗରି, ସହଯୋଗୀ କାର୍ଯ୍ୟ ପରିଚାଳିକା ଶର୍ମିଷ୍ଠା ଦାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ବବିଲତା ସରଫ ସ୍ୱାଗତ ସମ୍ବର୍ଦ୍ଧନା ଭାଷଣ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର ଏନସିସି ପ୍ରୋଗ୍ରାମ ଅଫିସର ଲେଫ୍ଟନାଣ୍ଟ ଶ୍ରୀ ଉଦୟ ନାଏକ,ଏନଏସଏସ ପ୍ରୋଗ୍ରାମ ମୋନାଲିସା ପାଣିଗ୍ରାହୀ, ଏବଂ କାଉନସିଲର ଶ୍ରୀ ପ୍ରଶାନ୍ତ କୁମାର ସାହୁ ସହ ଡଃ. ମାନସୀ ମହାନ୍ତି, କେଶବ କୁମାରୀ ଜାନୀ,ହେମନ୍ତ ସ୍ୱାଇଁ, ଅଭିମନ୍ୟୁ ସିଂ ଆଦି ଅଧ୍ୟାପକ ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଟ୍ରାନ୍ସଜେଣ୍ଡର ମାନଙ୍କର ସମାଜ ରେ ସ୍ଥାନ ଏବଂ ତାଙ୍କର ଅଧିକାର ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ଟ୍ରାନ୍ସଜେଣ୍ଡର ମାନଙ୍କ ବିଷୟର ବୁଝାଇ ଥିଲେ । ପରିଶେଷରେ ଡଃ ମାନସୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ