April 29, 2026

ରାୟଗଡା ଜ଼ିଲ୍ଲା ରେ ବିଜେପି ଏକ ଲକ୍ଷ ସଦସ୍ୟ ସଂଗ୍ରହ କରାଯିବ ଶିବ ପଟ୍ଟନାୟକ 

IMG-20240905-WA0008
Share

ରାୟଗଡା :ରାୟଗଡା ଜ଼ିଲ୍ଲା ର 25 ଗୋଟି ମଣ୍ଡଳ ଆନ୍ତର୍ଗତ ତିନିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର 887 ବୁଥ ରେ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ 40 ଫାଇନ ଧରି ଚାଲିବଓ ଏଥିରେ ଜ଼ିଲ୍ଲା ରୁ ଏକ ଲକ୍ଷ୍ୟ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଏକ ସମ୍ବାଦ ଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ l ଏହି ସମ୍ମିଳନୀ ରର ଅନୁସୂଚିତ ଜାତି ଜନଜାତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳିରାମ ମାଝୀ ଉପସଭାପତି ଟୁଟୁ ଦାସ ସମ୍ପାଦିକା ଅଶ୍ୱିନୀ କାଞ୍ଚଡା ଜଗନ୍ନାଥ ନୁଁଦୃକା, ରାମ ଚନ୍ଦ୍ର ବେହେରା, ହଳଧର କାର୍ଜି, ପ୍ରତାପ ପୁଆଲା ପ୍ରମୁଖ ଉପସ୍ଥିତ ରହିଥିଲେ l ପୂର୍ବରୁ ଦଳ ରେ 30 ହଜାର ସଭ୍ୟ ରହିଥିଲେ କିନ୍ତୁ ବର୍ତମାନ ଏହା ଏକ ଲକ୍ଷ୍ୟ କୁ କରାଯିବ ବୋଲି କହିଛନ୍ତି l ଜଣେ ସକ୍ରିୟା ସଭ୍ୟ ଅତି କମରେ 100ସଦସ୍ୟ କରିବେ l ମିସ କଲ ମାଧ୍ୟମରେ ରେ ଏହି ସଦସ୍ୟ ଗ୍ରହଣ ଚାଲିବ l ଯେଉଁଠି ମୋବାଇଲ ଟାୱାର ନାହିଁ ସେହିଠାରେ ପୁସ୍ତିକା ମାଧ୍ୟମରେ ସଦସ୍ୟ ସଂଗ୍ରହ କରାଯିବ ବୋଲି ଶିବ ପଟ୍ଟନାୟକ କହିଛନ୍ତି l ସମଗ୍ର ରାୟଗଡା ଜ଼ିଲ୍ଲା ର ପ୍ରତ୍ୟକ ଗ୍ରାମ କୁ ଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନହିତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଲୋକଙ୍କୁ ସଚେତନତା କରାଯିବ ବୋଲି କହିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed