ଖରିଫ ଫସଲ ପାଇଁ ବାଘୁଆ ଜଳଭଣ୍ଡାରରୁ ଛଡାଗଲା ପାଣି

ବୁଗୁଡା : ତା ୨୮/୦୭/୨୬ : ଗତ ଜୁଲାଇ ୧୦ ତାରିଖ ଦିନ ବାଘୁଆ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଖରିଫ ଫସଲ ଜଳସେଚନ ପରିଚାଳନା ନିମନ୍ତେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ନିର୍ଦ୍ଧାରିତ ପ୍ରକାରେ ୨୮ ତାରିଖ ମଙ୍ଗଳବାର ସକାଳ ୮ ଘଣ୍ଟ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଶ୍ବ ଜୀବନ ମହାପାତ୍ର , ସହକାରୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପୁରୋହିତ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରରୁ ଉଭୟ ବାମ ଓ ଡାହାଣ କେନାଲ ଦେଇ ଜଳ ଛଡାଯାଇଥିବା ଜଣାଯାଇଛି। ପ୍ରକାଶ ଯେ, ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୩୧୦୦ ହେକ୍ଟର ମିଟର ହୋଇଥିବା ବେଳେ ସମ୍ପ୍ରତି ୨୩୮୬.୪୦ ହେକ୍ଟର ମିଟର ଜଳ ଗଚ୍ଛିତ ରହିଛି। ତେବେ ସେଥି ମଧ୍ୟରୁ ୮୩୦୦ ହେକ୍ଟର ଜମି ପାଇଁ ଜଳ ଯୋଗାଣ ଲକ୍ଷ୍ୟ ରହିଥିବା ବେଳେ ବୁଗୁଡା ଅଞ୍ଚଳର ୪୮୭୭ ହେକ୍ଟର ଏବଂ ପୋଲସରା ଅଞ୍ଚଳର ୩୪୯୦ ହେକ୍ଟର ଜମିକୁ ଖରିଫ ଫସଲ ପାଇଁ ଜଳ ଛଡାଯିବାର ବ୍ଯବସ୍ଥା କରାଯାଇଥିବା ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ପ୍ରକାଶ ପାଇଛି।
