ବୃଦ୍ଧଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତ ଦେଲେ ଯୁବ ସାମ୍ବାଦିକ
ବେଲଗୁଣ୍ଠା,୦୫/୦୮, ଜଣେ ବୃଦ୍ଧଙ୍କ ପାଇଁ ଦେବଦୂତ ସାଜି ରକ୍ତଦାନ କରିଛନ୍ତି ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ତଥା ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ I ସୂଚନା ପ୍ରକାରେ ବେଲଗୁଣ୍ଠା ଅଞ୍ଚଳର ସନ୍ତୋଷ ସାହୁ (୫୮) ନାମକ ଜଣେ ବ୍ୟକ୍ତିଙ୍କର ଶାରୀରରେ ଏକ ଘାଆ ହୋଇଥିବା ବେଳେ ସେ ଏହାର ଅସ୍ତ୍ରୋପଚାର ପାଇଁ ଏକ ଘରୋଇ ନର୍ସିଂ ହୋମ୍ ରେ ଭର୍ତ୍ତି ହୋଇଥିଲେ I ସେଠାରେ ଅସ୍ତ୍ରୋପଚାର ପୂର୍ବରୁ ରକ୍ତ ପରୀକ୍ଷା ପରେ ତାଙ୍କୁ ବି ପଜିଟିଭ୍ ବର୍ଗର ଆବଶ୍ଯକ ପଡ଼ିଥିଲା I ଏହି ଖବର ଯୁବ ସାମ୍ବାଦିକ ଶ୍ରୀ ଚୌଧୁରୀଙ୍କ ନିକଟରେ ପହଞ୍ଚିବା ପରେ ସେ ସଙ୍ଗେ ସଙ୍ଗେ ରକ୍ତ ଦେବାପାଇଁ ବ୍ରହ୍ମପୁର ବାହାରି ପଡିଥିଲେ I ଶିବରାମ ବ୍ରହ୍ମପୁର ବଡମେଡିକାଲରେ ପହଞ୍ଚି ରକ୍ତ ଦେବାପରେ ସେଠାରୁ ରକ୍ତ ଆଣି ସନ୍ତୋଷଙ୍କ ଅସ୍ତ୍ରୋପଚାର ସମୟରେ ବ୍ୟବହାର କରାଯାଇଥିଲା I ଶିବରାମଙ୍କ ଏହିଭଳି କାର୍ଯ୍ୟକୁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
