April 28, 2026

ସ୍ବଳ୍ପଦୃଷ୍ଟି ବାଧିତ ବିଦ୍ଯାର୍ଥୀଙ୍କ ଚକ୍ଷୁ ପରୀକ୍ଷା ଶିବିର 

IMG-20250805-WA0053
Share

ବୁଗୁଡ଼ା : ତା ୦୫/୦୮/୨୫ : ସୁରେନ୍ଦ୍ର ସାଏ ଦିବ୍ଯଜ୍ଯୋତି ଯୋଜନା ଆନୁକୁଲ୍ୟରେ ସମଗ୍ର ଶିକ୍ଷା ଗଞ୍ଜାମ ଏବଂ ବୁଗୁଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ବୁଦ୍ଧଗିରି ବିଦ୍ୟାପୀଠରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି। ଉକ୍ତ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରଧାନ ଉଦଘାଟନ କରିଥିଲା ବେଳେ ଏଥିରେ ୧୯ଟି ବିଦ୍ୟାଳୟର ୧୫୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ। ସେଥି ମଧ୍ୟରୁ ୮୧ ଜଣଙ୍କୁ ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯାଇଥିବା ବେଳେ ୬ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥ ସିଟି ହସ୍ପିଟାଲ ରେଫର୍ କରାଯାଇଛି। ଚକ୍ଷୁ ବିଶେଷଜ୍ଞ ସିଲା ସୀତାରମନ୍ ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିବାବେଳେ ଅପଥାଲମିକ ଅଫିସର ଶୁଭଶ୍ରୀ ପାଲ ଓ ଦିପ୍ତିମୟୀ ଦଳାଇ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ତା୦୬.୦୮.୨୦୨୫ରିଖ ଦିନ ୧୩ଟି ବିଦ୍ୟାଳୟକୁ ନେଇ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ତା୦୭.୦୮.୨୦୨୫ରିଖ ଦିନ ୧୨ଟି ବିଦ୍ୟାଳୟକୁ ନେଇ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ତା୦୭.୦୮.୨୦୨୫ରିଖ ଦିନ ୧୯ଟି ବିଦ୍ୟାଳୟକୁ ନେଇ ଭ।ମଶ୍ଯାଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ତା୧୧.୦୮.୨୦୨୫ରିଖ ଦିନ ୨୪ଟି ବିଦ୍ୟାଳୟକୁ ନେଇ ତାଳସକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ତା୧୨.୦୮.୨୦୨୫ରିଖ ଦିନ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ , ତା୧୩.୦୮.୨୦୨୫ରିଖ ଦିନ ୧୭ଟି ବିଦ୍ୟାଳୟକୁ ନେଇ କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବଂ ତା୧୪.୦୮.୨୦୨୫ରିଖ ଦିନ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଧାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠରେ ହେବା ପାଇଁ ସ୍ଥିର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ଡାକୁଆ ଓ ସୋନାଲିନ୍ ପଣ୍ଡା ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ଗଙ୍ଗାଧର ଦାଶ , ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ପ୍ରମୋଦ କୁମାର ମିଶ୍ର, ବଦ୍ରି ପ୍ରସାଦ ସ୍ୱାଇଁ, ଲକ୍ଷ୍ମଣ ସେଠୀ ପ୍ରମୁଖ ସହଯୋଗ କରିଥିଲେ।