April 28, 2026

ତିର୍ତ୍ତୋଲ ନାଉସିରା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସଷ୍ଟାଇଲ୍ ମିଲ୍

IMG-20250705-WA0064
Share

 

ତିର୍ତ୍ତୋଲ, ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

କିଏ କହିଲା ତିର୍ତ୍ତୋଲ ଅଞ୍ଚଳର ସର୍ବବୃହତ୍ତମ ଶିଳ୍ପାନୁଷ୍ଠାନ ନାଉସିରା ସ୍ଥିତ ସାରଳା ସମବାୟ ସୂତାକଳ ଥିବା ସ୍ଥାନରେ କିଛି ବି ହେଇ ପାରିବନି l ଇଛାଶକ୍ତି ଥିଲେ ଅସମ୍ଭବ କୁ ସମ୍ଭବ କରାଇବାକୁ ବେଶି ଡେରି ଲାଗିବ ନାହିଁ !ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଭିତ୍ତିଭୂମି ପରିଦର୍ଶନ କରି ମତ ପ୍ରଦାନ କରିଛନ୍ତି ଯେ,ଏକ ଉନ୍ନତ ମାନର ଟେକ୍ସଷ୍ଟାଇଲ ମିଲ ହେବାକୁ ଯାଉଛି l ଯୋଉଠି ୨୫୦୦ ଶ୍ରମିକ ସ୍ଥାନୀୟ ଅଞ୍ଚଳରୁ କାର୍ଯ୍ୟ କରିପାରିବେ l ଏଠାରେ ସ୍ମରଣ ଯୋଗ୍ୟ ଯେ,ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ ହେବ ଅଚଳ ଅବସ୍ଥାରେ ପଡିରହିଥିବା ନାଉସିରା ସୂତାକଳ ଗତ ମହାବାତ୍ୟାରେ ଅସ୍ଥିତ୍ୱ ହରେଇବା ପରେ, ଏଥିରେ କାମ କରୁଥିବା ପ୍ରାୟ ୧୫୦୦ ଶହ ଲୋକ ନିଯୁକ୍ତି ହରାଇ ଅତି ଶୋଚନୀୟ ଭାବେ ଜୀବନ ଅତିବାହିତ କରୁଥିଲେ । ଏହାର ପୁନଃ ନିର୍ମାଣ ପାଇଁ ଦାବୀ କରି ତିର୍ତ୍ତୋଲ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକ ସୂତାକଳ ଫାଟକ ସମ୍ମୁଖରେ ଆମରଣ ଅନଶନ ଠାରୁ ଆରମ୍ଭ କରି, ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ଆନ୍ଦୋଳନ ଜାରି ରଖିଥିଲେ । ଏଠାରେ ଥିବା ବିସ୍ତୃତ ଭିତ୍ତିଭୂମି ଉପରେ ଅନ୍ୟ ଯେକୌଣସି ଶିଳ୍ପ ପ୍ରତିଷ୍ଠାନ ବା ଏକ ସୁପର ହସ୍ପିଟାଲ କରିବାପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ତରଫରୁ ମଧ୍ୟ ସରକାର ଙ୍କ ନିକଟରେ ଦାବୀ ହୋଇ ଆସୁଥିଲା । ସବୁକିଛି ବିଫଳ ହେବା ଜାଣି ତିର୍ତ୍ତୋଲ ବାସୀ ହାତୋତ୍ସାହ ହୋଇ ଭାବି ନେଇଥିଲେ ଯେ ଏଠାରେ ସରକାର କିଛି ବି କରିପାରିବେନାହିଁ l ସବୁ ଭାବନାର ଅନ୍ତ ଘଟେଇ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ,ଏଠାରେ ପହଞ୍ଚି ବିଭିନ୍ନ ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ ଯେ , ନିକଟ ଭବିଷ୍ୟତରେ , ସୂତାକଳ ସ୍ଥାନରେ ଓଡିଶା ସରକାର ଙ୍କ ଦ୍ଵାରା ଏକ ଉନ୍ନତ ମାନର ଟେକ୍ସସଟାଇଲ୍ ମିଲ ପ୍ରତିଷ୍ଠା ହେବାକୁ ଯାଉଛି । ଏହି କାରଖାନାରେ ପାଖା ପାଖି ଅଢେ଼ଇହଜାର ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ନିଯୁକ୍ତ ପାଇବେ । ଏହି ବିଶାଳ ପ୍ରକଳ୍ପ ନିମନ୍ତେ ଇଡକୋ ର ବିଭାଗୀୟ ପଦାଧିକାରୀ ମାନେ ସହାୟତାର ହାତ ବଢେ଼ଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ବିଲୁପ୍ତ ପ୍ରାୟ ଏହି ସୂତାକଳ ପରିସର ର ଭିତ୍ତିଭୂମି ପରିଦର୍ଶନ କରିବା ସମୟରେ ମନ୍ତ୍ରୀ ଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଜେ.ସୋନାଲ , ଇଡକୋ ସି ଜି ଏମ୍ ଲ୍ୟାଣ୍ଡ ସରୋଜ କୁମାର ସେଠୀ,ଇଡ୍ କେl ର ଇଡି ସୁରେଶ ଚନ୍ଦ୍ର ଦଳେଇ , ପାରାଦୀପ ଡି.ଏଚ୍.ଇଡିକେl ହେମନ୍ତ ନାଥ ସିଂହ ଓ ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀ ମାନଙ୍କୁ ସ୍ଵାଗତ କରିଥିଲେ ବିବେକାନନ୍ଦ ହୋତା, ସୁଧୀର କୁମାର ମଲ୍ଲିକ , ସୁଦୀପ୍ତ ନାଥ , ଦୁଃଶାସନ ସାହୁ, ବାନୋଜ ନାୟକ ଓ ସ୍ଵରାଜ ସାମଲ ଙ୍କ ସମେତ ଶତାଧିକ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ବଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି l