May 14, 2026

ରଥଯାତ୍ରାରେ ସେବା ପାଇଁ ସେବା ପ୍ରତିନିଧିର ୨୫୦ ସ୍ବେଚ୍ଛାସେବୀଙ୍କର ପୁରୀ ଯାତ୍ରା..

IMG-20240705-WA0034
Share

 

ଛତ୍ରପୁର -୫/୭/୨୪(ଅରୁଣ କୁମାର ପଣ୍ଡା )ବିଭିନ୍ନ ଯାନିଯାତ୍ରା ଯଥା ଶିବରାତ୍ରୀରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ, ଚଇତି ଯାତ୍ରାରେ ମା’ ତାରାତାରିଣୀଙ୍କ ମନ୍ଦିରରେ ହେଉ କି ରଥଯାତ୍ରାରେ ହେଉ ତଥା ବିଭିନ୍ନ ଅସମୟରେ ବିଭିନ୍ନ ସେବା କାର୍ଯ୍ୟ କରି ପ୍ରଶଂସା ସାଉଁଟୁଥିବା ସେବା ପ୍ରତିନିଧିର ସ୍ବେଚ୍ଛାସେବୀ ଦଳ ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସେବା କାର୍ଯ୍ୟ କରିବା ନିମନ୍ତେ ପୋଲିସ କମିଶନର, ଭୁବନେଶ୍ୱରଙ୍କ ଅନୁମତି ନେଇ ପୁରୀ ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସେବା ପ୍ରତିନିଧିର ସଦସ୍ୟମାନେ ଲୋକନାଥ ରୋଡ଼, ପୁରୀ ସ୍ଥିତ ନିଗମାନନ୍ଦ ଆଶ୍ରମ ସହ ମିଳିତ ଭାବେ ବିଭିନ୍ନ ସେବା କାର୍ଯ୍ୟ ଯଥା ରଥଯାତ୍ରା ପୂର୍ବରୁ ମନ୍ଦିର ଓ ବଡ଼ଦାଣ୍ଡ ଓଳାଇବା, ରଥଯାତ୍ରା ଦିନ ଖାଦ୍ୟ ବାଣ୍ଟିବା, ପାଣି ବାଣ୍ଟିବା, ଷ୍ଟ୍ରେଚର ରେ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇବା, ପୋଲିସ୍ କୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ସ୍ଥିର କରାଯାଇଛି। ପୂର୍ବ ଅପେକ୍ଷା ଆହୁରି ଶକ୍ତିଶାଳୀ ହୋଇଥିବା ସେବା ପ୍ରତିନିଧି ଦଳରେ ଏଥର ୧୦ଜଣ ଏମ୍ସର ଜୁନିଅର ଡାକ୍ତର, ୭ଜଣ ଇଞ୍ଜିନିୟର, ୫ଜଣ ଓକିଲ, କଳାକାର, ମହିଳା ମଣ୍ଡଳ ତଥା ଏହିଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୨୦୦ରୁ ଉର୍ଦ୍ଧ୍ବ ସଦସ୍ୟ ରାଜ୍ୟରୁ ତଥା ରାଜ୍ୟ ବାହାରୁ ଯୋଗଦେଇ ସେବା କରିବେ ବୋଲି ଏହି ସଙ୍ଗଠନର ମୁଖ୍ୟ ନୀଳମଣି ମିଶ୍ର ଜଣାଇଛନ୍ତି। ସେହିପରି ଏହାକୁ ସୁଚାରୁ ରୁପେ ପରିଚାଳିତ କରିବେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ତାଙ୍କୁ ସହଯୋଗ କରିବେ କଳାକାର ବିକାଶ ମହାରଣା, ହାଇକୋର୍ଟର ଓକିଲ ବିଜୟ ଜେନା, ଅନୁଗୁଳ ସେବା ଦଳର ସମୀର ପ୍ରଧାନ, ସଂଗ୍ରାମ ପ୍ରଧାନ, ଛତ୍ରପୁରର ଆଇ.ଆର.ଇ.ରେ କାର୍ଯ୍ୟରତ ଟୁଟୁ ନାୟକ ଓ ମନୋରଞ୍ଜନ ବେହେରା, ଏମ୍ସରେ କାର୍ଯ୍ୟରତ ଡାକ୍ତର ଆଶୀର୍ବାଦ ଓ ଇଂଜିନିଅର ବିଶ୍ୱଜିତ ପ୍ରଧାନ।