July 14, 2026

ପଡିଆବାହାଲ: ଚାରିଆଡେ ବନ ମହୋତ୍ସବ

IMG-20240705-WA0036
Share

ସମ୍ବଲପୁର(ପଡିଆବାହାଲ):ଯୁଯୋମୁରା ବ୍ଲକର କବରାପାଲି ଓ ବାହାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଆଜି ଦିନ ୧୦ ଟାରେ କବରାପାଲି ଗ୍ରାମ୍ୟ ଜଙ୍ଗଳରେ ବନ ମହୋତ୍ସବ ପାଳନ ମେଗା ବୃକ୍ଷରୋପଣ କରାଯାଇଛି।ସ୍ଥାନୀୟ ଆପ୍ରାଇଜ କଲେଜ ସରସ୍ବତୀ ଶିଶୁ ମନ୍ଦିର,କବରାପାଲି ପଞ୍ଚାୟତ,ପଞ୍ଚାୟତର ସିଆରପି,ଏମବିକେ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ,ବନ ବିଭାଗ ଅଧିକାରୀ ଓ କର୍ମଚାରୀ ପ୍ରମୁଖଙ୍କ ମିଳିତ ଉଦ୍ୟମରେ ପ୍ରାୟ ୧ ହଜାର ବୃକ୍ଷ ରୋପଣ କରାଯାଇଛି। ଏଠାରେ ୧୬ ହଜାର ବୃକ୍ଷରୋପଣ କରାଯିବାକୁ କାର୍ଯ୍ୟକ୍ରମ ରହିଛି। ବିକାଶ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ମୃଦୁଲା ଠାକୁର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଜିଲ୍ଲା ପରିଷଦ ସଦସ୍ୟା କବିତା ସାହୁ,ସ୍ଥାନୀୟ ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନ,ସମିତିସଭ୍ୟା ବନିତା ଓରାମ, ଜୟନ୍ତପୁର ସମିତିସଭ୍ୟା ଅନିତା ପ୍ରଧାନ,ବିଜେପି ନେତ୍ରୀ ସସ୍ମିତା ଦେହୂରୀ,ଯୁଯୋମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ,ପରକ୍ଷିତ ନାୟକ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।

ସେହିପରି ବାହାମ ପଞ୍ଚାୟତର ପଡିଆବାହାଲ ସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ସ୍ଥାୟୀ କଲେଜ ପଡିଆ ଓ ପଧାନପାଲି ହାଇସ୍କୁଲ ପଡିଆରେ ଶହେଟି ଲେଖାଏଁ ଚାରା ରୋପଣ କରାଯାଇଛି।ଚାରା ରୋପଣ କାର୍ଯ୍ୟକ୍ରମ ପୁର୍ବରୁ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ ଓ ପଧାନପାଲି ହାଇସ୍କୁଲ ଠାରେ ଭିନ୍ନ ଭିନ୍ନ ୨ ଟି ସଭା ହୋଇଥିଲା।ଉଚ୍ଚ ବିଦ୍ୟାଳୟରେ ବିକାଶ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ମୃଦୁଲା ଠାକୁର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା,ବାହାମ ସରପଞ୍ଚ୍ ସରସ୍ବତୀ ଭୋସାଗର,ପଡିଆବାହାଲ ରେଞ୍ଚର ସୁନୀଲ କୁମାର ଖିଲାଡି ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ଅଧ୍ୟକ୍ଷ ଅକ୍ଷୟ କୁମାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅମିତ ନାଗ ଏହାକୁ ପରିଚାଳନା କରିଥିଲେ। ସେହିପରି ପଧାନପାଲି ହାଇସ୍କୁଲ ଠାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ୍ ଶ୍ରୀମତୀ ଭୋସାଗର,ଶିକ୍ଷାବିତ ଶ୍ରୀ ପଣ୍ଡା,ସ୍କୁଲ ପରିଚାଳନା କମିଟି ସଭାପତିଶରୋଜ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ବରିହା ସଭାରେ ଅଧ୍ୟକ୍ଷତା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ରେଞ୍ଜର ସୁନୀଲ କୁମାର ଖିଲାଡି,ସମାଜସେବୀ ଡାକ୍ତର ରାଜାରାମ ଷଡଙ୍ଗୀ ,ବିଜେପି ନେତ୍ରୀ ଟିକି ପ୍ରଧାନ,ନରେଶ ପ୍ରଧାନ,ଦେବାନନ୍ଦ ଭୋସାଗର,ରାଜାରାମ ନାୟକ’ବନ ବିଭାଗର ସମସ୍ତ ଅଧିକାରୀ ପ୍ରମୁଖଙ୍କ ସହିତ ସିଆରପି,ଏମବିକେ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଭୟ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

You may have missed