October 22, 2026

ପୋଖରୀରେ ବୁଡ଼ି ବାଳକର ମୃତ୍ୟୁ

IMG-20261022-WA0040
Share

 

ବୁଗୁଡା :ତା ୨୨/୧୦/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗ୍ରାମ ପୋଖରୀରେ ବୁଡି ଜଣେ ବାଳକ ମୃତ୍ୟ ବରଣ କରିଥିବା ଜଣାଯାଇଛି। ମୃତ ବାଳକ ଜଣକ ହେଲେ ନୟାଗଡ ଜିଲ୍ଲା ହରେକୃଷ୍ଣପୁର ଗ୍ରାମର କୁଶ ମହାନ୍ତିଙ୍କ ପୁଅ ସାଇ ମହାନ୍ତି (୧୨)।ଘଟଣାରୁ ପ୍ରକାଶ ଯେ, ହରେକୃଷ୍ଣପୁର ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବାଳକ ସାଇ ତା’ର ମାଆଙ୍କ ସହ ଛୁଟି କଟାଇବାକୁ ଅଜାଘର କାନସୁକା ଗାଁକୁ ଆସିଥିଲା। ତେବେ ଆଜି ଅପରାହ୍ନରେ ସାଇ ଶୌଚ ପାଇଁ ଗାଁ ପୋଖରୀକୁ ଯାଇଥିଲା ବେଳେ ଅସାବଧାନତାବଶତଃ ସେଠାରେ ସେ ପାଣିରେ ବୁଡିଯାଇଥିଲା। ତା’କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।