ଦୀର୍ଘ ବର୍ଷ ପରେ ରାସ୍ତା ମରାମତି ହେଲା
ବରଗଡ,
ବରଗଡ ଜିଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମ ପଂଚାୟତ ଅଧିନ ଭୁଚଟିକ୍ରା ଠାରୁ ପତ୍ରାପାଲିକୁ ସଂଯୋଗ କରୁଥିବା ଦୀର୍ଘ ୩ କିମି ମାଟି ରାସ୍ତା ଦୀର୍ଘଦିନ ଧରି ଅତି ଶୋଚନୀୟ ହୋଇପଡିଥିଲା |ଏହି ରାସ୍ତା ପାଇଁ ଅଂଚଳବାସୀ ବହୁ ଅସୁବିଧା ସମ୍ମୁଖିନ ହେଉଥିଲେ ଏପରି କି ରାସ୍ତା ପାଇଁ କେତେ ଲୋକକଂ ଜୀବନ ଚାଳିଯାଇଛି |ରାସ୍ତା ମରାମତି ପାଇଁ ସରପଂଚ,ବିଧାୟକ ,ମନ୍ତୀ ,ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ଧ କିଛି ସୁଫଳ ମିଳୁନଥିଲା |ବିଭିନ୍ନ ଗଣମାଧ୍ଧମରେ ଖବର ପ୍ରକାଶ ମଧ୍ଧ ପାଇଥିଲା ତଥାପି ପୂର୍ବ ସରକାରକଂ ନିଦ ଭାଂଗୁ ନ ଥିଲା |ଲୋକକଂ ସରକାର ବିଜେପି ସରକାର ଆସିଲା ପରେ ବୁଗବୁଗା ସରପଂଚ ଶେଷଦେବ ଛନ୍ଦ କଂ ଆନ୍ତରିକତା ଯୋଗୁ ଆଜି ଏହି ରାସ୍ତାରେ ମୋରମ ପକାଇ ରାସ୍ତା ମରାମତି କରାଯାଇଛି |ରାସ୍ତା ମରାମତି ଯୋଗୁଁ ଅଂଚଳବାସୀ ଖୁସିବ୍ୟକ୍ତ କରି ସରପଂଚକୁ ଆନ୍ତରିକତା ଧନ୍ୟବାଦ ଜଣାଇଛନ୍ତି |
