ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପାଖରେ ଆମପାଞ୍ଜି ର ସମର୍ପଣ ..
ତିର୍ତ୍ତୋଲ ତା 5/3/2026 ଓଡ଼ିଆ ଭାଷା ସାହିତ୍ୟ ଓ କାବ୍ୟ କଳା ର ଆରାଧ୍ୟା ଦେବୀ, ଉତ୍କଳଭାରତୀ ମା ସାରଳା ଠାକୁରାଣୀ ଙ୍କ ନିକଟରେ, ବିଶିଷ୍ଟ ଜ୍ୟୋତିର୍ବିଜ୍ଞ୍l ନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ, ସମ୍ବାଦ ଓ ଆମ ଓଡିଶା ଆନୁକୂଲ୍ୟରେ ପ୍ରକାଶିତ, ଚଳିତବର୍ଷ 2026-27 ର ନୂତନ ପାଞ୍ଜି, ” ଆମ ପାଞ୍ଜି ” ର ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗତ ବୁଧବାର ଅପରାହ୍ନରେ, ମାଆଙ୍କୁ ରଙ୍ଗଅବିର ଲାଗି ନୀତି ସମ୍ପନ୍ନ ହେବାପରେ, ସାରଳା ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଓ ବରିଷ୍ଠସେବାୟତ ବିଶ୍ୱରଞ୍ଜନ ରାଉଳ ଙ୍କ ଦ୍ୱାରା ବୈଦିକ ରୀତିନୀତି ରେ ଆମ ପାଞ୍ଜି ମାଆଙ୍କୁ ସମର୍ପଣ କରାଯାଇଥିଲା l ସମ୍ବାଦର ଜିଲ୍ଲାପ୍ରତିନିଧି ଶୁଭଙ୍କର ପଢ଼ିଆରୀ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠସେବାୟତ ତ୍ରିଲୋଚନ ରାଉଳ, ହରେକୃଷ୍ଣ ନାୟକ, ମନ୍ଦିର ପ୍ରଶାସନର ପଦସ୍ଥ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ଯୋଗଦେଇ, ଆମ ପାଞ୍ଜି, ମାଧ୍ୟମରେ ସାରାବର୍ଷର ତିଥି ବାର, ନକ୍ଷତ୍ର, ଦିନ, ଦଣ୍ଡ, ଚନ୍ଦ୍ରଚଳନ, ଯାନିଯାତ୍ରା, ପର୍ବପର୍ବାଣୀ, ବିବାହ ବ୍ରତ, ଗୃହପ୍ରତିଷ୍ଠା, ରାଶିଫଳ ଓ ସରକାରୀ ଛୁଟିଦିନ ଆଦି ସବିଶେଷ ତଥ୍ୟ, ସଂକ୍ଷେପରେ ପ୍ରକାଶ ପାଉଥିବାରୁ, ସମସ୍ତପାଇଁ ଏକ ସମୟୋପଯୋଗୀ ପାଞ୍ଜି ଭାବରେ ଆଦୃତ ହେଉଅଛି ବୋଲି ମତବ୍ୟକ୍ତ କରିଥିଲେ l ବିଶେଷକରି ସର୍ବନିମ୍ନ ମୂଲ୍ୟରେ ଏହା ଉପଲବ୍ଧ ହେଉଥିବାରୁ ଆମପାଞ୍ଜି ର ଚାହିଦା ମଧ୍ୟ ବୃଦ୍ଧିପାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
