April 26, 2026

କଳା ର ବିକାଶ ପାଇଁ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ…

jgu
Share

 

 

ଗଞ୍ଜାମ ଅଞ୍ଚଳ ର କଳା ପାଇଁ ପରିଚିତ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ପକ୍ଷରୁ ତା କଳାକାର ଓ ଗୁରୁଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ମା କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ଅନୁଷ୍ଠାନ ର ଦୁଇ ଦୁଇଟି ସାମାଜିକ ନାଟକ” ସ୍ୱାମୀ ମାନେ ସାବଧାନ” ଓ “ଏତେ ଦୁଃଖ ଦେଲୁ କାହିଁ ଦଇବ ” ପରିବେଷଣ କରି ଅଦ୍ଭୁତ ପୂର୍ବ ସଫଳତାରେ ରେ ସମସ୍ତ କର୍ମକର୍ତ୍ତା
ଓ ସଦସ୍ୟ କେକ କାଟି ଖୁସି ଜାହିର କରିଥିଲେ l ଆଗାମି ବର୍ଷ ମଧ୍ୟ ସ୍ଥାନୀୟ ଅଂଚଳର ବଛା ବଛା ଯୁବ କଳାକାରଙ୍କୁ ଚୟନ କରି କଳାକାର ମାନଙ୍କୁ ପ୍ରୋତ୍ସାହାନ ଯୋଗାଇ ଦେବା ସହ ପୂର୍ବ ସୃତି କୁ ବଜାଇ ରଖିବା ପାଇଁ ପୁଣି ଥରେ ଦୁଇଟି ନାଟକ ମଞ୍ଚସ୍ଥ କରିବା ନେଇ ମତ ପ୍ରକାଶ ପାଇଥିଲା l
ନିର୍ଦ୍ଧେଶକ ଡ଼ଃ ଶଙ୍କର ଶତପଥୀ ଓ ଆଡ଼ଭୁକେଟ ପଙ୍କଜ କୁମାର ବାରିକି, ମ୍ୟାନେଜର ଗୋବିନ୍ଦ ରେଡି,ସଭାପତି ଶବର ତରାଇ, ବିଦ୍ୟାଧାର ସାହୁ, ସମ୍ପାଦକ ରାକେଶ ରଞ୍ଜନ ଦାସ,ଉପଦେଷ୍ଟା ସୁଧିର କୁମାର ପାଢ଼ୀ, ଉମାକାନ୍ତ ବେହେରା, ନୀଳାଞ୍ଚଳ ବାରିକି, ଅକ୍ଷୟ ସ୍ୱାଇଁ, ପ୍ରଦୀପ କୁମାର ପଣ୍ଡା,କାର୍ତ୍ତିକ ତରାଇ, ବଳରାମ ମାଳି, ମିଥୁନ ବାରିକି ହରିହର ବାରିକ,ମନରଞ୍ଜନ ଜେନା, ସୁଧିର ସାହୁ,ପପୁ ପଣ୍ଡା,ପ୍ରିତମ, ବିଭୁ, ଜୟ ପ୍ରମୁଖ କର୍ମକର୍ତ୍ତା, ସଦସ୍ୟ, ଅଭିନେତା ଉପସ୍ଥିତ ରହିଥିଲେ l(ପ୍ରଦୀପ କୁମାର ପଣ୍ଡା)