April 27, 2026

କଲ୍ୟାଣୀ ଯୁବକ ସଂଘ ଦ୍ଵାରା ନିଜସ୍ୱ ମଣ୍ଡପ ରେ ନବରାତ୍ର ପୂଜା ଆରମ୍ଭ

IMG-20241004-WA0032
Share

 

 

ଛତ୍ରପୁର -୦୪/୧୦/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ଦ୍ୱାରା ନିଜସ୍ୱ ମଣ୍ଡପରେ ଆଜି ଅର୍ଥାତ ଗୁରୁବାର ଠାରୁ ମା ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି l ମା ଦୁର୍ଗାଙ୍କ ପୂଜା ଏହି ମଣ୍ଡପରେ ୨୦୦୫ ମସିହା ଠାରୁ ହୋଇଆସୁଛି l କଲ୍ୟାଣୀ ଯୁବକ ସଂଘ ,ସାମାଜିକ କାର୍ଯ୍ୟକ୍ରମ ସହିତ ଏହି ପୂଜାକୁ ବହୁ ଆଡମ୍ବର ସହ ପାଳନ କରିଆସୁଛନ୍ତି l ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି l ପ୍ରତ୍ୟେକ ଦିନ ମା ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା,ଆଳତି ,ଚଣ୍ଡୀପାଠ,ମହାପୂଜା , ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ହେବ ବୋଲି ସଂଘ ତରଫରୁ ସୂଚନା ମିଳିଛି l ମା ଆଜି ସରସ୍ବତୀ ବେଶରେ ଦର୍ଶନ ଦେବେ l ମଧ୍ୟାହ୍ନରେ ଋଷିକୂଲ୍ୟା ନଦୀରୁ କଳସ ଯାତ୍ରା କରି ତେଲୁଗୁନୂଆଗାଁ ସ୍ଥିତ ଅଗସ୍ତିଶ୍ୱର ମନ୍ଦିର ପରିସରରୁ ବେଲଡାଳ ଆମନ୍ତ୍ରଣ କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ତତ୍ ପରେ ମହାଆଳତୀ, ବାହ୍ୟକୁମ୍ଭପୂଜା, ଚଣ୍ଡୀପାଠ, ହୋମ, ଏବଂ ସର୍ବଶେଷରେ ମହାପୂଜା ଅନୁଷ୍ଠିତ ହେବ l ଏହି ପୂଜା ପଣ୍ଡିତ ମନୋରଞ୍ଜନ ଆଚାର୍ଯ୍ୟଙ୍କ ପୌରହତିରେ ସମ୍ପାଦନ ହୋଉଥିଲା ବେଳେ କର୍ତା ଭାବେ ଦାମୋଦର ପଲାଇ ରହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଯୁବକ ସଂଘର ସଦସ୍ୟ ଅଶୋକ କୁମାର ନାହାକ ,କାହ୍ନୁ ପଲାଇ ,ଜୟ ନାହାକ ,ବିଭୁତିଭୂଷଣ ବେହେରା ,ଦୀପକ ସ୍ୱାଇଁ ,ସଞ୍ଜୟ ପଣ୍ଡା ,ପଙ୍କଜ ପଲାଇ ,ନବ ସ୍ୱାଇଁ ,ଅଭିନାଶ ନାହାକ ,ଆଲୋକ ଗୌଡ଼ ,ସମିର ତରାଇ ,ତୋଫାନ ସ୍ୱାଇଁ ,ମନୋରଞ୍ଜନ ଜେନା, ସପନ ମହାରଣା ,ଆଦିତ୍ୟ ନାହାକ , ସିବା ସ୍ୱାଇଁ ଶ୍ରୀନୁ ଗୌଡ଼ ,ସନାତନ ପଲେଇ ପ୍ରଭୁତି ସହଯୋଗ କରି ସୂଚାର ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି l ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ୱାରା ଆଳତୀ ସହ ଭଜନ ପରିବେଷଣ କରାଯିବା ସହ ଭଷାଣି ୧୩ ତାରିଖରେ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି l