April 27, 2026

ଗଜପତି:- ବିଶ୍ୱ ଧରିତ୍ରୀ ଦିବସ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260427-WA0037
Share

ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟର ସହଯୋଗ କ୍ରମେ ଏବଂ ସୋସିଓ କଲଚରାଲ ଡେଭଲପମେଣ୍ଟ ସେଣ୍ଟର , ଓଡ଼ିଶା’ଙ୍କ ଆନୁକୂଲ୍ଯରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲ ଠାରେ “ବିଶ୍ବ ଧରିତ୍ରୀ ଦିବସ” ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପ୍ରଥମ ପର୍ଯ୍ଯାୟରେ ବିଦ୍ୟାଳୟ’ର ପ୍ରାର୍ଥନା ମଣ୍ଡପ ଠାରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମିଳିତ ଭାବେ ଉପସ୍ଥିତ ରହି ବିଦ୍ୟୁତ’ର ସଦୁପଯୋଗ , ପରିବେଶ ସୁରକ୍ଷା , ନବୀକରଣ ଶକ୍ତି ର ବ୍ୟବହାର’କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହାପରେ ବହୁ ସଂଖ୍ଯାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକ ସାଇକେଲ ଶୋଭାଯାତ୍ରା ରେ ବାହାରି ପରିବେଶ ସୁରକ୍ଷା , ଆମ ଶକ୍ତି ଆମ ଗ୍ରହ , ନବୀକରଣ ଯୋଗ୍ଯ ଶକ୍ତି ବ୍ଯବହାର ଏବଂ ଜଳବାୟୁ ପରିବର୍ତ୍ତନ’ର ମୁକାବିଲା ପ୍ରଭୃତି ବିଷୟ ଉପରେ ଜନସଚେତନ କରାଇ ଥିଲେ । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରା ଯାଇଥିଲା ।

ଦ୍ବିତୀୟ ପର୍ଯ୍ଯାୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ଓ ବରିଷ୍ଠ ବିଭାଗରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରା ଯାଇଥିଲା । ଏଥିରେ ବିଷୟ ବସ୍ତୁ ଥିଲା :” ଜଳବାୟୁ ପରିବର୍ତ୍ତନ”। ଏହାସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ “ନବୀକରଣ ଶକ୍ତି ଏବଂ ପୁନରୁଦ୍ଧାରିତ ଗ୍ରହ” ବିଷୟକୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା କରା ଯାଇଥିବା ସହ ଏକ ବିଜ୍ଞାନ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରା ଯାଇଥିଲା ।

ପରେ ବିଦ୍ୟାଳୟରେ ଥିବା ସେମିନାର ହଲ ଠାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରା ଯାଇଥିଲା ।

ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସମ୍ବିତ ପାତ୍ର, ଉପାଧ୍ୟକ୍ଷ ଶ୍ରୀ ଜ୍ୟୋତୀନ୍ଦ୍ର କୁମାର ନାୟକ ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କ ଆଗରେ ଆଗାମୀ ଦିନରେ ବିଦ୍ୟୁତ ସଦୁପଯୋଗ , ପରିବେଶ ସୁରକ୍ଷା , ନବୀକରଣ ଶକ୍ତି ପ୍ରଭୃତି ବିଷୟକୁ ନେଇ ନିଜସ୍ଵ ମତ ରଖିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମ’କୁ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସନ୍ତୋଷ ଦେଓ , ମନୋଜ ପାଢ଼ୀ ଏବଂ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ତଥା ଅନ୍ୟ କର୍ମଚାରୀ ଵୃନ୍ଦ ପରିଚାଳନା ଓ ସହଯୋଗ କରିଥିଲେ ।

——————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————-