June 16, 2026

ଛତ୍ରପୁରରେ ଖୋଲିଲା ବାଜାଜ ପାଇନାନ୍ସର ଗୋଲଡଲୋନ ଶାଖା 

IMG-20241004-WA0031
Share

 

ଛତ୍ରପୁର-୪/୧୦/୨୪(ଅରୁଣ କୁମାର ପଣ୍ଡା ) ଛତ୍ରପୁର ବଜାର ମେଇନ ରୋଡ଼ ଠାରେ ବାଜାଜ ପାଇନାନ୍ସ କମ୍ପାନୀର ଗୋଲଡ ଲୋନର ନୂତନ ଶାଖାର ଉଦ୍ଘାଟନ ହୋଇଯାଇଛି ବ୍ରାଞ୍ଚ ମ୍ୟାନେଜର ହିମାଂଶୁ ଶେଖର ଯାଦବଙ୍କ ତତ୍ୱବିଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ସଂମାନିତ ଅତିଥି ଭାବେ ଛତ୍ରପୁର ଏନ ଏ ସି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ଏହି ନୂତନ ଶାଖାକୁ ଉଦଘାଟନ କରିଥିଲେ ଏହି ଶାଖା ଦ୍ୱାରା ଛତ୍ରପୁର ଏବଂ ଆଖ ପାଖ ଅଞ୍ଚଳର ଲୋକମାନେ କମ ସୁଧରେ ସୁନା ଋଣ ନେଇ ବିଭିନ୍ନ କାର୍ଯ୍ୟରେ ଲଗାଇପାରିବେ ପୂର୍ଵରୁ ଛତ୍ରପୁରରେ ବିଭିନ୍ନ କମ୍ପାନୀ ଗୁଡିକର ଅନେକ ଗୁଡିଏ ଗୋଲଡ ଲୋନ ଶାଖା ଥିବା ବେଳେ ବାଜାଜ ଗୋଲଡ ଲୋନ ଭଲ ଅଫରରେ ସୁନା ଋଣ ଲୋକଙ୍କୁ ଯୋଗାଇଦେବ ବୋଲି କହିଛନ୍ତି ଶାଖା ପରିଚାଳକ ଉଦ୍ଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଷ୍ଟେଟ ହେଡ଼ ସୁବ୍ରତ ଦାଶ , ଏରିଆ ମ୍ୟାନେଜର ମନରଞ୍ଜନ ଗୌଡ଼ ,ରିଜିଓନାଲ ମ୍ୟାନେଜର ରୁପେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ .

You may have missed