ବି ଜେ ପି ମଣ୍ଡଳ ସଭାପତି ମନୋନୀତ
ବି ଜେ ପି ମଣ୍ଡଳ ସଭାପତି ମନୋନୀତ
ଅସ୍ତରଙ୍ଗ( ଆ. ପ୍ର)କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବି ଜେ ପି ର ଟାଣୁଆ ନେତା ରବି ମଳିକ ଙ୍କ ସୁପାରିସ କ୍ରମେ କାକଟପୁର ନିର୍ବାଚନ ମଣ୍ଡଳିର ତିନିଗୋଟି ମଣ୍ଡଳ ଜୋନ ରେ ସଭାପତି ପରିବର୍ତ୍ତନ କରାଯାଇଅଛି। ଏହି ବିଷୟ ରେ ବି ଜେ ପି ର ସଂଗଠନ ମହା ମନ୍ତ୍ରୀ ଙ୍କ ସହିତ ପୁରୀ ଜିଲ୍ଲା ଉପ- ସଭାପତି ରତିକାନ୍ତ ବେହେରା ଓ ମାନସ କୁମାର ମହାନ୍ତି ଆଲୋଚନା କରିବା ପରେ ବାଲୀ କପିଳେଶ୍ୱର ମଣ୍ଡଳ ସଭାପତି ପ୍ରକାଶ କୁମାର ପାଇକରାୟ ଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଦିଲୀପ କୁମାର ପ୍ରଧାନ କାକଟପୁର ଉପେନ୍ଦ୍ର ସୁବୁଦ୍ଧି ଙ୍କ ସ୍ଥାନରେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ନୟାହାଟ ମଣ୍ଡଳ ର ଦୀନକୃଷ୍ଣ ମହାନ୍ତି ଙ୍କ ସ୍ଥାନରେ ମାନସ କୁମାର ସାହୁ ଙ୍କୁ ମନୋନୀତ କରା ଯାଇଅଛି ବୋଲି ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଶ୍ରୀ ରବି ମଳିକ ଅସ୍ତରଙ୍ଗ ଠାରେ କହିଛନ୍ତି ଓ ଯେଉଁ ମାନେ ଶ୍ରେଷ୍ଠ ମଣ୍ଡଳ ସଭାପତି ଭାବେ ରହିଛନ୍ତି ସେମାନଙ୍କୁ ପରିବର୍ତ୍ତନ କରାଯାଇନାହିଁ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।