ଖବର ଆଜିର
*ଖବର ଆଜିର*
ତାରିଖ ୦୪/୦୮/୨୦୨୩ ଶୁକ୍ରବାର ।
ଗୁରୁବାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ବିଜୟୀ ହୋଇଛି ଘରୋଇ ୱେଷ୍ଟଇଣ୍ଡିଜ୍। ଭାରତୀୟ ବ୍ୟାଟିଂ ବିଫଳ ହେବାରୁ ଇଣ୍ଡିଜ୍ଠାରୁ ଭାରତ ୪ ରନ୍ରେ ପରାସ୍ତ ହୋଇଛି।
ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ । ହେଲେ ଖୋଲିଲାନି ଶୋ’ ରୁମ୍ । ମାର୍କେଟ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡ଼ିକ ଖୋଲାଯାଇଛି ।
ସମ୍ଭାବ୍ୟ ବନ୍ୟାକୁ ନେଇ ପୁରୀ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ .
ରିଲିଜ୍ ହେଲା ‘ଓଏମ୍ଜି-୨’ ଟ୍ରେଲର; ଭକ୍ତଙ୍କ ସାହାଯ୍ୟ ପାଇଁ ଧରାବତରଣ କଲେ ଡମ୍ବରୁଧାରୀ ।
ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦ % ବୃଦ୍ଧି; ଖର୍ଚ୍ଚ ହେବ ୬୪ କୋଟି, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ ।
କ୍ରିକେଟରୁ ଅବସର ନେଲେ ମନୋଜ ତିୱାରୀ, ସୋସିଆଲ ମିଡିଆରେ ଲେଖିଲେ ଏକ ଭାବପ୍ରବଣ ପୋଷ୍ଟ ।
ଆଜି ଠୁ ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ: ଏକାଠି ବସିବେ ନବୀନ-ଶାହା ।
ସରକାରଙ୍କ ବଡ଼ ନିଷ୍ପତ୍ତି, ବିଦେଶରୁ ଲାପଟପ୍, କମ୍ପ୍ୟୁଟର ଓ ଟାବଲେଟ୍ ଆମଦାନୀ ଉପରେ ଲାଗିଲା ରୋକ୍ ।
ନୁହ ହିଂସାରେ ୯୩ ମାମଲା ରୁଜୁ, ୧୭୬ ଗିରଫ, ପଳାୟନ ଖବରକୁ ଗୁଜବ କହିଲେ ଅତିରିକ୍ତ ଶାସନ ସଚିବ ।
କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବନ୍ୟା ଆଶଙ୍କା, ୬୮୩୪ ଜଣ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ।
ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ: ବିଲ ପାରିତ ପୂର୍ବରୁ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ ଗୃହମନ୍ତ୍ରୀ ଅମିତ ଶାହା।
“ଭାରତରେ ଆମ ଖେଳାଳିଙ୍କୁ କଡ଼ା ସୁରକ୍ଷା ନ ଦେଲେ ଯିବୁନି” ବିଶ୍ବକପ୍ ପାଇଁ ପାକିସ୍ତାନର ନୂଆ ସର୍ତ୍ତ। ।
ଜ୍ଞାନବାପୀ ମାମଲାରେ ଜାରି ରହିବ ଏଏସଆଇ ସର୍ଭେ: ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁସଲିମ ପକ୍ଷ ।
ଏନଡିଏ ସାଂସଦଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ: ଗରିବ କଲ୍ୟାଣ ଉପରେ କାମ କରିବାକୁ କହିଲେ ମୋଦୀ ।
ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ ସେବକ ବା GDS (ବ୍ରାଞ୍ଚ ପୋଷ୍ଟମାଷ୍ଟର (ବିପିଏମ୍)/ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ଏବିପିଏମ୍)/ଡାକ ସେବକ) ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି ।
ଏବେ ଦେଶରେ ଚାଲିବ ଖାସ୍ ଟ୍ରେନ, ଉପରେ ବସିବେ ଯାତ୍ରୀ, ତଳେ ବୋଝେଇ ହେବ ମାଲ୍ ।
ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ରିପୋର୍ଟ: ୨୦୩୧ ସୁଦ୍ଧା ଦ୍ବିଗୁଣିତ ହେବ ଅର୍ଥନୀତି, ଜିଡିପି ୬.୭ ଟ୍ରିଲିଅନ ହେବ ।
ଏମ୍ସରେ ୨୦ ଜଣ କରିଛନ୍ତି ଶରୀର ଦାନ: ୮ ଜଣଙ୍କୁ ମିଳିଛି ଦୃଷ୍ଟି ଶକ୍ତି ।
ଜାମ୍ମୁ-କାଶ୍ମୀରରେ ନିଖୋଜ୍ ଥିବା ଯବାନଙ୍କୁ ଖୋଜି ପାଇଲା ପୁଲିସ, ଡାକ୍ତରୀ ପରୀକ୍ଷା ପରେ ହେବ ପଚରାଉଚରା ।
ଭାରତରେ ପ୍ରଥମ ଥର ପାଇଁ ଅଫିସ୍ ଖୋଲିଲା ଲୋକପ୍ରିୟ ଇଭି ନିର୍ମାତା ଟେସ୍ଲା, ଇଭି ମାର୍କେଟ୍ ପାଇଁ ଶୁଭ ସଂକେତ ।
ସୁପ୍ରଭାତ ,ଶୁଭ ସକାଳ ।