April 26, 2026

ଭଞ୍ଜନଗର କୋର୍ଟ ପରିସର ହତ୍ୟାକାଣ୍ଡ ଉପରୁ ପରଦା ହଟିଲା …

IMG-20260307-WA0010
Share

ବେଲଗୁଣ୍ଠା(ସୁକାନ୍ତ କୁମାର ନାୟକ)ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ପରିସରରେ ବୁଦୁଲି ଗ୍ରାମର ଅଶୋକ ସ୍ୱାଇଁ କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା।ଏହି ମାମଲାରେ ସ୍ଥାନୀୟ ପୋଲିସ ଗିରଫ କରିଥିବା ଅଭିଯୁକ୍ତ ଦିଲ୍ଲୀପ କୁମାର ଜେନାଙ୍କୁ କୋର୍ଟ ଚାଲାଣ କରିଛି।ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଭଞ୍ଜନଗର କାରାଗାରକୁ ପଠାଇ ଦିଆଯାଇଛି।

ଘଟଣାରୁ ପ୍ରକାଶ ଯେ ଅଶୋକ କିଛି ବର୍ଷ ପୁର୍ବେ ଦିଲ୍ଲିପଙ୍କ ସ୍ତ୍ରୀ ଠାରୁ କିଛି ଟଙ୍କା ଏବଂ ସୁନା ଅଳଙ୍କାର ଧାର ନେଇଥିଲେ।ପରବର୍ତ୍ତୀ ସମୟରେ ଅଶୋକ ଟଙ୍କା ଓ ସୁନା ଗହଣା ଫେରାଇ ନ ଥିଲେ। ତେଣୁ ଦିଲ୍ଲିପ ଓ ଅଶୋକ ଙ୍କ ମଧ୍ୟରେ ବିବାଦ ଦେଖା ଦେବା ସହ ୨୦୨୪ ଅଗଷ୍ଟ ମାସରେ ଗଣ୍ଡଗୋଳ ହୋଇଥିଲା।ସେହି ସମୟରେ ଦିଲ୍ଲିପଙ୍କ ସ୍ତ୍ରୀ ଅଶୋକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଫଳରେ ସେହି ସମୟରେ ପୋଲିସ ଅଶୋକଙ୍କୁ ଗିରଫ କରିଥିଲା। ଏହାର ଛ’ମାସ ପରେ ଅଶୋକ ଜାମିନରେ ଆସିଥିଲେ।ଉକ୍ତ ମମଲାର ହାଜିରା ଦେବାକୁ ଅଶୋକ କୋର୍ଟ କୁ ଆସିଥିଲେ। ହାଜିରା ପକାଇ ଅଶୋକ ଫେରିବା ବେଳେ ପୂର୍ବରୁ ଯୋଜନା କରିଥିବା ଦିଲ୍ଲିପ କୋର୍ଟ ପାଖରେ ଛପି ରହିଥିଲେ ଏବଂ ଅଶୋକଙ୍କୁ ଦେଖିବା ମାତ୍ରେ ଗୋଡ଼ାଇ ଗୋଡ଼ାଇ କୁରାଢିରେ ଆକ୍ରମଣ କରିଥିଲେ। ଫଳରେ ଚିକିତ୍ସାଧିନ ଅବସ୍ଥାରେ ଅଶୋକଙ୍କ ମୁତ୍ୟୁ ହୋଇଥିଲା। ଏଥି ସହ ଲୋକେ ଅଭିଯୁକ୍ତ ଦିଲ୍ଲିପ କୁ କାବୁ କରି ପୋଲିସରେ ଜିମା ଦେଇଥିଲେ।